ଷ୍ଟେସନ ରୋଡ୍ ବ୍ୟବସାୟିକ ସଂଘ ପକ୍ଷରୁ ଗୁରୁତ୍ୱ ପୂର୍ଣ୍ଣ ବୈଠକ
ଛତ୍ରପୁର(ଦେବଦତ୍ତ ମହାରଣା ): ଛତ୍ରପୁର ରାମ ମନ୍ଦିର ପ୍ରାଙ୍ଗଣରେ ଷ୍ଟେସନ ରୋଡ୍ ବ୍ୟବସାୟିକ ସଂଘ ପକ୍ଷରୁ ସଂଘର ସଭାପତି ଇଜୁ ଆମିନ୍ ଖାନ୍ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଷ୍ଟେସନ ରୋଡ୍ ଦୋକାନୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ସମସ୍ତ ଦୋକାନୀ ମାନଙ୍କ ଟ୍ରେଡ ଲାଇସେନ୍ସ ହେବା, କୋଭିଡ୍ କଟକଣା ମାନିବା ସହ ସଂଘର ସର୍ବ ସମ୍ମତି କ୍ରମେ ମାସର ପ୍ରତି ସଂକ୍ରାନ୍ତିର ସନ୍ଧ୍ୟା ୬ ଘଣ୍ଟା ପରେ ଷ୍ଟେସନ ରୋଡର ସମସ୍ତ ଦୋକାନ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଏହି ବୈଠକରେ ଉପ ସଭାପତି ଗୋପାଳକୃଷ୍ଣ ସାମନ୍ତରାୟ, ପି. ଜଗନ୍ନାଥ ରେଡ୍ଡି, ସମ୍ପାଦକ ରଘୁନାଥ ପ୍ରସାଦ ବେହେରା, କୋଷାଧ୍ୟକ୍ଷ ରାଘବ ବେହେରା, ଭଗବାନ ପ୍ରଧାନ, ଜନାର୍ଦ୍ଦନ ରେଡ୍ଡି, ଜଗନ୍ନାତ ବାଡତ୍ୟା, ଏନ୍ ଶଙ୍କର ରାଓ ଓ ନାଗେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲେ ।


