ଷ୍ଟ୍ରବେରୀ ଚାଷ କନ୍ଧମାଳ ଚାଷୀଙ୍କୁ କରୁଛି ଲକ୍ଷପତି

ଦାରିଙ୍ଗବାଡ଼ି,(ପ୍ରିୟବ୍ରତ): ଚାଷୀଙ୍କୁ ନୂଆ ପରିଚୟ ଦେଉଛି ଷ୍ଟ୍ରବେରି ଚାଷ। ସୁସ୍ୱାଦୁ ଓ ମୂଲ୍ୟବାନ ଷ୍ଟ୍ରବେରୀ ଚାଷ ପାଇଁ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲା ଏବେ ନୁଆ ପରିଚୟ ହାସଲ କରିବାରେ ଲାଗିଛି । ଦୁଇ ବର୍ଷ ତଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ଏହାକୁ ପରୀକ୍ଷା ମୂଳକ ଭାବେ ଚାଷୀଙ୍କୁ ପ୍ରତ୍ସାହନ ଯୋଗାଇ ଆରମ୍ଭ କରିଥିବା ବେଳେ । ଏବେ କିନ୍ତୁ ଗାଁ ଗାଁ ରେ ଲୋକେ ଷ୍ଟ୍ରବେରି ଚାଷ ପାଇଁ ନିଜ ଆଡ଼ୁ ଆଗ୍ରହତା ଦେଖାଇ ଚାଷ କରୁଛନ୍ତି। ଯାହା କି ସେମାନଙ୍କୁ ନୂଆ ପରିଚୟ ଦେବା ସହ ଚାଷୀଙ୍କ ଭାଗ୍ୟ ଏହା ପରିବର୍ତ୍ତନ କରିବାରେ ଲାଗିଛି। ଆଉ ମାତ୍ର ୩ ଟା ମାସର ପରିଶ୍ରମ ଚାଷୀଙ୍କୁ ଏକା ଥର କେ ଯେ ଲକ୍ଷପତି ବନାଇଦେଉଛି। ଏମିତି ଯେ ଅନ୍ୟ କୌଣସି ଚାଷରେ ଏହି ଲାଭ ବି ନାହିଁ। ତେବେ ଜିଲ୍ଲାର ପ୍ରତିଟି ବ୍ଲକ ଅଞ୍ଚଳରୁ ଏବେ ଯେଉଁ ପରିମାଣର ଷ୍ଟେବେରୀ ଆଦାୟ ହେଉଛି। ସେ ସବୁ ପ୍ରତିଦିନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଆଦି ସହରାଞ୍ଚଳକୁ ଯାଉଛି। ଏହା ସହ ଜିଲ୍ଲାର ପ୍ରତିଟି ଛକ ବଜାରରେ ମଧ୍ୟ ଷ୍ଟେବେରୀ ବିକ୍ରି ହେଉଛି। ଆଉ ମୁଖ୍ୟ କରି ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଷ୍ଟେବେରୀକୁ ନେଇ ସଭିଏଁ ଅଧିକ ଆଗ୍ରହତା ଦେଖାଉଥିବା ବେଳେ ଚାଷୀର କ୍ଷେତ ମୁଣ୍ଡରେ ପ୍ରତିଦିନ ଷ୍ଟେବେରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ପର୍ଯ୍ୟଟକ ମାନେ ମଧ୍ୟ ଷ୍ଟେବେରୀକୁ ବହୁ ପରିମାଣରେ କିଣି ନେଉଥିବା ବେଳେ ଷ୍ଟେବେରୀ କ୍ଷେତ ବୁଲି ଫୋଟ ଉଠାଈ ଖୁସି ଅନୁଭବ କରୁଛନ୍ତି। ଯାହାକି ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ିର ଶୀତୁଆ ଜଳ ବାୟୁ ସାଙ୍ଗକୁ ଏବେ ଲାଲ ଟହ ଟହ ଷ୍ଟେବେରୀ ମଧ୍ୟ ଆକର୍ଷିତ କରିବାରେ ଲାଗିଛି ବୋଲି କୁହାଯାଉଛି। ଅନ୍ୟପକ୍ଷେ କନ୍ଧମାଳ ଜିଲ୍ଲା ନୀଳଜହରର ଗନ୍ତାଘର ହୋଇଥିବାରୁ ପୋଲିସ ମଧ୍ୟ ଚାଷୀଙ୍କୁ ନୀଳ ଜହର ଚାଷ ଛାଡ଼ି ଷ୍ଟେବେରୀ ଚାଷ କରି ସୁରକ୍ଷିତ ଓ ଅଧିକ ଲାଭବାନ ହୁଅନ୍ତୁ ବୋଲି ଆହ୍ୱାନ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ