ସଂକଳ୍ପ ବିଦ୍ୟାଳୟରେ ଗୁରୁଦିବସ ପାଳନ ଅବସରରେ ଚକ୍ଷୁଦାନ ପାଇଁ ସଚେତନତା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୧୨ ଦିବସରେ , ସଂକଳ୍ପ ସିନିୟର ସେକେଣ୍ଡାରୀ ବିଦ୍ୟାଳୟରେ ଗୁରୁଦିବସ ପାଳନ ଅବସରରେ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ଚକ୍ଷୁଦାନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବର ସମ୍ପାଦକ ଏମ. ବିଦ୍ୟସାଗର ମୃତ୍ୟୁ ପରେ ଚକ୍ଷୁଦାନ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଏହି ପକ୍ଷ ପାଳନ ଅବସରରେ ସଂକଳ୍ପ ବିଦ୍ୟାଳୟର ଛାତ୍ରୀ ଓ ଛାତ୍ର ମାନଙ୍କ ଦ୍ୱାରା ଚକ୍ଷୁଦାନ ବିଷୟରେ ପରିବେଷିତ କ୍ଷୁଦ୍ର ନାଟକ ଦୁଇଟି ଖୁବ ଉଚ୍ଚକୋଟୀର ଥିଲା ଏବଂ ଏହା ପୁରସ୍କୃତ ହୋଇଥିବା ଜଣାଇଥିଲେ।ଛାତ୍ରୀ ଓ ଛତ୍ରଙ୍କ ମଧ୍ୟରେ କ୍ଲବ ପକ୍ଷରୁ ଉପସଭାପତି ଜମ୍ମୁଲା ସୁରେଶ , କୋଷାଧକ୍ଷ ପ. କିରଣ କୁମାର, Ch. ଶିବପ୍ରସାଦ ରାଓ, କେ. ନନ୍ଦେଷୁ ସେନାପତି ଦ୍ୱାରା ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା।