ସଂକ୍ରାନ୍ତି ସଂସ୍କୃତିର ଶ୍ରେଷ୍ଠ ପର୍ବ ମକରସିଡ଼୍‌ବଲ୍ ରେ ମକର ପର୍ବକୁ ନିଆରା ସ୍ୱାଗତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ଧୁ ମିଳନ, ଭାଇଚାରା ଓ ସଂକ୍ରାନ୍ତି ସଂସ୍କୃତିର ଶ୍ରେଷ୍ଠ ପର୍ବ ହେଉଛି ମକର । ଏହାକୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇ ସବୁଜିମାର ବାର୍ତ୍ତା ବାଣ୍ଟିଛନ୍ତି ।ସ୍ମାର୍ଟନଗରୀ ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଅଞ୍ଚଳରେ ରହୁଥିବା ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ । ମାଟି ଓ ଗୋବର ଖତ ସହିତ ବିଭିନ୍ନ  ବିହନକୁ ମିଶାଇ ପେଣ୍ଡୁ ବା ବଲ୍‌ରେ ତିଆରିଛନ୍ତି ସେ ସବୁଜ ଗୁଡ଼ି । ସାଧାରଣତଃ ଏହି ପର୍ବରେ ଗୁଡ଼ି ଉଡ଼ାଇବା ର ପରମ୍ପରା ଆମ ରାଜ୍ୟର ସହର ଓ ଗ୍ରାମାଞ୍ଚଳରେ ପ୍ରଚଳିତ । ସଂପ୍ରତି ବଜାରରେ ଉପଲବ୍ଧ ପ୍ରକୃତି ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଜରି ଓ ପ୍ଲାଷ୍ଟିକ୍ ଗୁଡ଼ିକୁ ବର୍ଜନ କରିପରିବେଶ ଉପଯୋଗୀ ଅର୍ଥାତ୍ ଇକୋ-ଫ୍ରେଣ୍ଡଲି ଗୁଡ଼ି ଓ ସୂତାର ବ୍ୟବହାର କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ସଚେତନତା ସୃଷ୍ଟି କରିଛନ୍ତି । ମକର ହେଉଛି କୃଷିଭିତ୍ତିକ ଏକ ମୁଖ୍ୟ ପର୍ବ । କୃଷକ ତା’ର ଫସଲକୁ ମକର ଚାଉଳରେ ପ୍ରଥମେ ଈଶ୍ୱରଙ୍କୁ ସମର୍ପଣ କରିଥାଏ । ପରେ ମକର ଚାଉଳକୁ ଭୋଗ କରିଲୋକେ ଖାଆନ୍ତି ।ମକରରେ କ୍ଷେତ, ଜଙ୍ଗଲ ଓ ପରିବେଶକୁ ସବୁଜିମାମୟ କରାଉ ଓ ବିଶ୍ୱବାସୀଙ୍କ ମୁଣ୍ଡ ଉପରୁ ଜଳବାୟୁର ଜ୍ୱାଳା ହ୍ରାସ ପାଉ ଏହି ବାର୍ତ୍ତା ଦେବାକୁ ଏଭଳି ଭବ୍ୟ ଆୟୋଜନ ଜରିଆରେ ଆମ ସଂସ୍କୃତିର ବୈଶିଷ୍ଟ୍ୟତାକୁ ନେଇ ସଚେତନତା କରାଯାଇଛି ବୋଲି  କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ