ସଂକ୍ରାମକ ନୁହଁନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ,(ୱାଇଏନ୍ଏସ୍): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ସଂକ୍ରାମକ ନୁହଁନ୍ତି। ଏ ନେଇ ଏକ ବିବୃତି ଜାରି କରି କହିଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସକ ସିନ୍ କନଲେ। କିଛି ଦିନ ତଳେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ଟ୍ରମ୍ପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ଦିନ ଡାକ୍ତରଖାନାରେ ରହିବା ପରେ ସମୟ ପୂର୍ବରୁ ସେ ଡାକ୍ତରଖାନାରୁ ଚାଲି ଆସିଥିବା ଖବର ସାମ୍ନାକୁ ଆସିଥିଲା। ଏ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ବୋଲି ଅନେକ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ଚିକିତ୍ସକ ଟ୍ରମ୍ପଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ସୂଚନା ‌ଦେଇଛନ୍ତି। ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଏବଂ ସଂକ୍ରାମକ ନୁହଁନ୍ତି। ତାଙ୍କଠାରୁ କେହି ସଂକ୍ରମିତ ହେବାର ଆଶଙ୍କ ନାହିଁ ବୋଲି ଚିକିତ୍ସକ ସିନ୍ କନଲେ ସ୍ପଷ୍ଟ କରିଛନ୍ତି।ସୂଚନା ମୁତାବକ, ଅକ୍ଟୋବର ୨ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ୍ କରି ଜଣାଇଥିଲେ।ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଏହା ପୂର୍ବରୁ ତାଙ୍କର ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହୋଇଥିବା ଖବର ଟ୍ରମ୍ପ ଟୁଇଟ୍ କରି ଜଣାଇଥିଲେ। ତେବେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ କ୍ବାରେଣ୍ଟାଇନରେ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଟ୍ରମ୍ପଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ