ସଂଖ୍ୟା ଲଘୁଙ୍କୁ ଶରଣ ଦେବା ଆମର ପ୍ରଥମ ପ୍ରାଥମିକତା- : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୁଆଦିଲ୍ଲୀ- ମଙ୍ଗଳବାର ଦିଲ୍ଲୀର କରିୟପ୍ପା ଗ୍ରାଉଣ୍ଡରେ ଆୟୋଜିତ ଏନସିସିର ରାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପଡୋଶୀ ଦେଶର ସଂଖ୍ୟାଲଘୁଙ୍କୁ ଶରଣ ଦେବା ଆମର ପ୍ରଥମ ପ୍ରାଥମିକତା ଏହା ବ୍ୟତୀତ ପଡୋଶୀକୁ ଭାରତୀୟ ସେନା ୧୦ ଦିନରେ ମାଟିରେ ମିଶାଇ ପାରିବ । ଆମେ ଭୋଟ୍ ବ୍ୟାଙ୍କ ପାଇଁ ଜମ୍ମୁ କଶ୍ମୀରରୁ ୩୭୦ ହଟାଇନୁ । ପୂର୍ବ ସରକାର ଜମ୍ମୁ କଶ୍ମୀର ପାଇଁ କିଛି କରିନଥିଲେ । ଆମେ ଆତଙ୍କବାଦ ପୂର୍ଣ୍ଣ କଶ୍ମୀର ଦେଶକୁ ଦେଇପାରିବୁନି । କଶ୍ମୀରକୁ ଆତଙ୍କ ନଷ୍ଟ କରିଦେଇଥିଲା । କଶ୍ମୀରର ଲକ୍ଷ ଲକ୍ଷ ଲୋକଙ୍କୁ ଦିନେ ଘର ଛାଡିବାକୁ ପଡିଥିଲା । ‘ଆମ ସେନା ଯେତେବେଳେ ଆତଙ୍କୀଙ୍କ ଉପରେ ଆକ୍ସନ ନେବା ପାଇଁ କହୁଥିଲେ ତାଙ୍କ କଥାକୁ ଟାଳି ଦିଆଯାଉଥିଲା । କିନ୍ତୁ ଆଜି ଯୁବଗୋଷ୍ଠୀ ନିଜ ମନ ଇଛା ଦେଶକୁ ଆଗକୁ ବଢାଉଛନ୍ତି । ଏଥିପାଇଁ ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ତାଙ୍କ ଔକାତ ଦେଖାଉଛି ସେନା ।’

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ