ସଂଖ୍ୟାଲଘୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଷ୍ଟେଟ ମାଇନୋରିଟି ଆଡଭୋକେଟ ଆସୋସିଏସନ (ଓସମା) ଜିଲା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ କୋହିନୁର ପ୍ୟାଲେସ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ କମାଲ ଜାଫରଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ହରେହୃଷ୍ଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଘର ଉତ୍ତରୋତ୍ତର ଉନ୍ନତି କାମନା ସହ ଆଇନସେବା ପ୍ରଦାନରେ ପାରଙ୍ଗମତା ବୃଦ୍ଧି ଓ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ଉପସ୍ଥିତ ସଂଖ୍ୟାଲଘୁ ଆଇନଜୀବୀଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ନୂତନ ଭାବେ ଆଇନ ସେବାରେ ଯୋଗ ଦେଉଥିବା ଆଇନଜୀବୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ, ଶେଖ ଉମରୁଦ୍ଦିନ, ବାଲେଶ୍ୱର ବାର ଆସୋସିଏସନର ପୂର୍ବତନ ସଭାପତି ତ୍ରୀଦିପ ନାୟକ, ବାର ଆସୋସିଏସନର ଉପ-ସଭାପତି ନୃସିଂହ ଚରଣ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଓଡ଼ିଶା ସରକାରଙ୍କ ଦ୍ୱାରା ପୁରସ୍କୃତ ଶେଖ ହାଜିରୁଦ୍ଦିନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ବାଲେଶ୍ୱରରେ ନୂଆକରି ବୃତ୍ତି ଆରମ୍ଭ କରିଥିବା କୁଲସୁମ ନେସା, ବୁମରା ରୌଫ, ସାହିନ ଅଖତର, ସକିଲା ବାନୋ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି ଶେଖ ଇସତାର ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଶେଖ ଇସଲାମ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଶେଷରେ ଆଇନଜୀବୀ ସାହିରୁଲ ହକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଖ ହମିଦ, ଶେଖ ସାହିଦ, ଶେଖ ଅନିସ, ଶେଖ ମମତାଜ, ସବାନା ପରବିନ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ