ସଂଖ୍ୟାଲଘୁ ଶିକ୍ଷା ବୃତ୍ତି ଆବେଦନ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ସଂଖ୍ୟା ଲଘୁ ସମ୍ପ୍ରଦାୟର ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ବୃତ୍ତି ପ୍ରଦାନ କରିଥାନ୍ତି। ହେଲେ ସରକାରଙ୍କ ଏଭଳି ସୁବିଧା ଥିବା ଜାଣି ନ ପାରି ଅନେକ ଛାତ୍ର ଛାତ୍ରୀ ଏହି ସୁବିଧା ରୁ ବଞ୍ଚିତ ଥିବା ଜଣା ପଡିଛି। ଏଣୁ କନ୍ଧମାଳ ଜିଲ୍ଲା କ.ନୂଆଗାଁ ସ୍ଥିତ ଜନବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜ ରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ସଚେତନ କରିବା ସହ କିପରି ଓ କେଉଁ ମାନେ ଉକ୍ତ ଶିକ୍ଷା ବୃତ୍ତି ପାଇଁ ଆବେଦନ କରିପାରିବେ ସେ ନେଇ ସଚେତନତା କରାଯାଇଛି।ଅନୁଷ୍ଠାନ ର ନିର୍ଦ୍ଦେଶକ ମଦନ ମୋହନ ସୁଆଲ ସିଂ ଙ୍କ ନିର୍ଦ୍ଦେଶ ରେ କ୍ଷେତ୍ର ସଂଯୋଜକ ଦିବ୍ୟସିଂହ ସଭାସୁନ୍ଦର ଓ ଅରବିନ୍ଦ ସିଂ ଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ର ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର କଳା ଓ ବାଣିଜ୍ୟ ଛାତ୍ର ଛାତ୍ରୀଙ୍କୁ ନେଇ ସରକାରୀ ଶିକ୍ଷା ବୃତ୍ତି ବ୍ୟବସ୍ଥା ସମ୍ପର୍କରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏଥିରେ କାର୍ଯ୍ୟ ସଂଯୋଜକ ଅରୁଣ ନାୟକ ଉପସ୍ଥିତ ରହି ଛାତ୍ର ବୃତ୍ତି ଆବେଦନ କରିବାର ପ୍ରଣାଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ ଋଷିମାଳ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ନାୟକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ