ସଂଖ୍ୟାଲଘୁ ସଂପ୍ରଦାୟର ବିକ୍ଷୋଭ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ବିଧାନସଭାରେ ବିରୋଧୀଦଳର ଉପନେତା ତଥା ବିଜେପି ଦଳର ବିଧାୟକ ବିଷ୍ଣୁ ସେଠୀ ବିଧାନସଭାରେ ଯେଉଁ ଆପତ୍ତିଜନକ ମନ୍ତବ୍ୟକୁ ପ୍ରତ୍ୟାହାର ଓ ସର୍ବସାଧାରଣରେ ସେ କ୍ଷମା ପ୍ରାର୍ଥନା ମାଗିବା ଦାବିରେ କେନ୍ଦ୍ରାପଡା ନଜୱାନ ୟୁନିଅନ ଆନୁକୁଲ୍ୟରେ ସଂଖୟାଲଘୁ ସଂପ୍ରଦାୟର ଲୋକମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ବିରୋଧୀଦଳର ଉପନେତା ବିଧାୟକ ବିଷ୍ଣୁ ସେଠୀ ବିଧାନସଭାରେ ମୁସଲମାନ ମହିଳାଙ୍କ ପ୍ରତି ଯେଉଁ ପ୍ରକାର ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ତେଣୁ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟ ସେହି ମନ୍ତବ୍ୟର ଘୋର ପ୍ରତିବାଦ କରିବା ସହିତ ବିଧାୟକ ଶ୍ରୀ ସେଠୀଙ୍କ ବିଧାୟକ ପଦରୁ ତୁରନ୍ତ ଇସ୍ତଫା ଦାବି କରିଛନ୍ତି । ଦାବିପତ୍ର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ବିଜୁ ଜନତା ଦଳ ଯୁବ ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ଅମୀରଙ୍କ ନେତୃତ୍ୱରେ ସେକ ନସିମୁଦ୍ଦିନ,ଅବଦୁଲ ମଜିଦ, ସେକ ସଲାଉଦ୍ଦିନ,ଅବରାର ଖାନ, ଅଝାରୁଦ୍ଦିନ ଖାନ,ସେକ ନସିମ, ନୁର ଖାନ, ନଇମ ଖାନ, ସେକ ହାକିମ,ସେକ ହାପିଜୁଦ୍ଦିନ,ସୟଦ ମୁକ୍ତାର ଅଲ୍ଲୀ,ମହମ୍ମଦ ସରିଫ,ସେକ ସମିଉଲ୍ଲା, ସେକ ଚାନ୍ଦ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ