ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି
ମାୟାଧର ନାୟକ
ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣରେ ସମଗ୍ରବିଶ୍ୱ ଥରହର । ଏହି ଅଦୃଶ୍ୟଶତ୍ରୁକୁ ନିପ୍ଧଚ୍ଛ କରିବାପାଇଁ ସବୁ ଦେଶରେ ଗବେଷକମାନେ ଆପ୍ରାଣ ଉଦ୍ୟମ ଚଳାଇରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମହାମାରୀ ଭୂତାଣୁର ନିଦାନ ପାଇ ଁକୌଣସି ମେଡିସିନ ୍ବାହାରି ପାରିନାହିଁ । ମେଡିସିନ୍ ବାହାରିବାପାଇ ଁଯେତେ ଡେରି ହେଉଛି, ବିଭିନ୍ନ ଦେଶରେ ମଣିଷ ମାଳ ମାଳ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ସବୁଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି । ପୃଥିବୀରେ ପ୍ରାୟ ଅଧା ଅଧିବାସୀ ରୋଗ ଓ ଭୋକରେ ଛଟପଟ ହେବାରେ ଲାଗିଛନ୍ତି । ସବୁଠୁ ବେଶ ିଶ୍ରମଜୀବୀଶ୍ରେଣୀ ଉପାର୍ଜନ କ୍ଷମତା ହରାଇ ଭୟଙ୍କର ଅଭାବ ଅନାଟନରେ ଚଳୁଛନ୍ତି । ବିଶେଷକରି ଶ୍ରମଜୀବୀଶ୍ରେଣୀ ଯେଉଁମାନେ ଖଟୁଥିଲେ ଖାଉଥିଲେ ସେମାନଙ୍କ ଅବସ୍ଥା ସବୁଠୁ ସାଂଘାତିକ ହୋଇପଡିଛି । ଅଧିକାଂଶ ଚାକିରୀ ହରାଇ ସାରିଲେଣି । ବାକ ିଶ୍ରମଜୀବିମାନେ ପୁନଃଶ୍ଚ ଚାକିରୀ ପାଇବାନେଇ ସନ୍ଦିୟାନ ।
ଏବେ ସପ୍ତମହାଦେଶରେ କରୋନା ଭୂତାଣୁର କରାଳ ମାଡି ଚାଲିଛି । ବିଶ୍ୱ ଶ୍ରମସଂସ୍ଥା ପକ୍ଷରୁ କୁହାଯାଇଛି ଯେ – ଶ୍ରମଶକ୍ତି ଦିଶାହରା । ଉତ୍ପାଦନ କ୍ଷେତ୍ର ଏକରକମ ଅଚଳ ହୋଇପଡିଛି । ସବୁଦେଶରେ ଲକ୍ଷ ଲକ୍ଷ କୋଟି କୋଟି ଶ୍ରମ ଜୀବି ଜୀବନ-ଜୀବିକା ହରାଇବାରେ ଲାଗିଛନ୍ତି । ଶ୍ରମଜୀବିଙ୍କ ବିକଳ କ୍ରନ୍ଦନ, ଆଖିର ଲୁହ ହୃଦୟ ବିଦାରକ । କରୋନା ମହାମାରୀ ବେଶିଦିନ ଲାଗିରହିଲେ ସମଗ୍ର ବିଶ୍ୱ ଓଲଟ ପାଲଟ ହୋଇଯିବ । ୧୯୧୧ ପ୍ଲେଗ୍ ମହାମାରୀଠାର ୁଏବେକାର କରୋନା ମହାମାରୀ ଶହେ ଗୁଣ ଭୟଙ୍କର । ସବୁବେଳେ ମୃତ୍ୟୁ ହାତ ଠାରି ଡାକୁଛି ।
ସମୟ ଥିଲା – ଯେତେ ବେଳେ ଆଦିମ ସାମ୍ୟବାଦୀ ସମାଜ ବିଜ୍ଞାନର ଅଗ୍ରଗତି ହୋଇନଥିଲା – ମଣିଷ ବଂଚିବାପାଇଁ ଯାହାକିଛି ସଂଗ୍ରହକରୁ ଥିଲା – କେହି ମାଲିକକି ଶ୍ରମିକ ନଥିଲେ, ସମସ୍ତେ ସମାନ ଥିଲେ । ଯୁଗ ପରେ ଯୁଗ ସାମନ୍ତ ବାଦର ଆରମ୍ଭରୁ କ୍ରିତଦାସ, ପ୍ରଜା – ଶ୍ରମିକ ମୂଲିଆ – ମେହନତୀ ଜନଗଣଙ୍କୁ ଏକ ଶ୍ରେଣୀ ଭାବେ ଚିହ୍ନଟ କରାଗଲା – ହଜାର ହଜାର ବର୍ଷ ପରେ ପୁଞ୍ଜିବାଦ – ସାମ୍ରାଜ୍ୟବାଦ ଏବଂ ଅଧିକାଂଶ ଦେଶରେ ସମାଜ ବାଦ ବ୍ୟବସ୍ଥା ପ୍ରବର୍ତନ ହେଲା । ଆରମ୍ଭର ୁଯେଭଳି ଶ୍ରମିକ ଶ୍ରେଣୀ ଶୋଷିତ, ନିର୍ଯ୍ୟାତିତ, ଅତ୍ୟାଚାରିତ ହୋଇଆସୁଥିଲା, ଆଜିବିସେଇ ଅବସ୍ଥାର ପରିବର୍ତନ ଘଟିନି । ବଂର ନୂତନ ଢାଂଚାରେ ଶୋଷଣ ବଢି ଚାଲିଛି । ପୃଥିବୀରେ ସବୁ କୋଣରେ ମାଲିକମାନେ ସ୍ୱପ୍ନ ଦେଖୁଥିଲେ ତାଙ୍କର ରାଜୁତି ଚିରଦିନ ଅମ୍ଳାନ ରହିବ, ତାଙ୍କ ଶୋଷଣ, ଅତ୍ୟାଚାରରେ ଧୂଳି ମଳି ଲାଗିବନାହିଁ । ଆଜି କିନ୍ତୁ ସେମାନଙ୍କ ସ୍ୱପ୍ନର ତାସ୍ ଘର ଭାଙ୍ଗି ଭାଙ୍ଗି ଯାଉଛି ।
ଏହା ମଧ୍ୟରେ ଆର୍ନ୍ତଜାତୀୟ ଓ ଜାତୀୟ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଘଟଣା ଘଟିଯାଇଛି । ଯାହାଫଳରେ ଶ୍ରମିକ ଆନ୍ଦୋଳନ ଓ ସମସ୍ତ ପ୍ରକାର ଶୋଷଣର ୁମୁକ୍ତି ପାଇଁ ଶ୍ରମଜୀବି ଜନଗଣଙ୍କ ସଂଗ୍ରାମ ଅତ୍ୟନ୍ତ ଜଟିଳ ଓ କଷ୍ଟସାଧ୍ୟ ହୋଇପଡିଛି । ଏକ ପରିବର୍ତିତ ପରିସ୍ଥିତିରେ ଆଜି ବଦଳି ଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମସାମ୍ନାରେ ହସ ହସ ମୁହଁରେ ଛଦ୍ମ ବେଶୀ ଶତ୍ରୁ … ବନ୍ଧୁତ୍ୱରେ ବେଶ ଭୁଷାରେ ବିପଦଜନକ ବୈରୀ । ଅତିତରେ ଯେଉଁ ପୁଞ୍ଜିବାଦକୁ ଆମେଭେଟୁଥିଲୁ ବଂଧୁକର ସଂଗୀନ ମୂନରେ, ସୁରକ୍ଷାବଳୟର ଗୃହମଧ୍ୟରେ – ସେ ପୁଞ୍ଜିବାଦ ତା’ର ପୁରୁଣା ଚରିତ୍ର ବଦଳାଇସାରି, ବସିସାରିଲାଣି ଆମ ବୈଠକ ଖାନାର ଟେବୁଲ ଆରପଟେ । ସେ ଆମକୁ ଖତମ କରିବାକୁଚାହୁଁଛି ଖେଳେଇ ଖେଳେଇ, ଜଖମ କରିବାକୁ ଚାହୁଁଛି ଜବରଦସ୍ତ । କୁବେର ମାନେ ଦଖଲ କରିସାରି ଛନ୍ତିକୁର୍ସି । ସେମାନଙ୍କ ହାତରେ ପ୍ରଶାସନ । ସେମାନଙ୍କ କମ୍ପାନୀର କଳାଧୂଆଁ ଆଜି ଗୋଟାପଣେ ଗିଳିଦେବାକୁ ବସିଛି ଆମ ନୀଳ ଆକାଶତଳର ଧୂସର ପର୍ବତ, ସବୁଜ ପ୍ରାନ୍ତର, ହଳଦିଆ ହିଡମାଟି ।
ଖାଲି କ’ଣ ମାଟି ଆଉଭାଟି – ପରିବର୍ତିତ ପୁଞ୍ଜିବାଦ ଆଜିତା’ର ଆସୁରିକ ଆମିଷ ଆଁମେଲାଇଚଳୁ କରିଦେବାକୁ ବସିଛି ଆମରଜଳ, ଜମି, ଜଙ୍ଗଲ, ଖଣିଖାଦାନ – ବାଗାନ୍…. ସବୁକିଛି । ଆଜିରଏହି ପୁଞ୍ଜିବାଦର ହିସାବ ଜୋରସ୍ତହସ କାଲି ଡାକି ଆଣିବ ସର୍ବହରାର ହାଃ ହାଃ କାର । ବିସ୍ଥାପିତ ହେବେ ଆମବଂଶଧର ବର୍ଗ । ମୁନାଫାପାଇଁ ସେମାନେ – ସେଇ ସଇତାନୀ ସଇଶ ମାନେ ଆମ କବର ଉପରେ ଠିଆ କରାଇବେ ସେମାନଙ୍କ ଷ୍ଟିଲ୍ ଘୋଡାର ଷ୍ଟାଚ୍ୟୁ ! ପୁଞ୍ଜିର ପାହାଡତଳେ ଦିନେ ଆମର ଉତର ଦାୟଦ ଚାପି ହୋଇ ଆତ୍ମହତ୍ୟା କରିବାକ ୁବାଧ୍ୟହେବେ? ପ୍ରଚୂର ପୁଞ୍ଜିତଳେ ଗୁଞ୍ଜି ହୋଇ ରହିଛି ସଇତାନର କ୍ଷୁଧା । ସେହି କ୍ଷୁଧାର ଅଜଗର ଦିନେ ବନ୍ଦି କରିନେବ ଆମର ବିବେକ, ବିଶ୍ୱାସ, ବିଚାର ଓ ବିଧାନ – ସବୁକିଛି । ମଣିଷର ହୃଦୟକୁ ସେ ପରିଣତ କରିଦେବ ଯନ୍ତ୍ରରେ କେବଳ । ତା’ର ମନ୍ତ୍ର ମଣିଷକୁ ମଇଁଷି, ଭେଣ୍ଡାକୁ ମେଣ୍ଢା, ପୁରୁଷକୁ ପଶୁ ଓ ନାରୀକି ନାରକୀୟ ମୁଲାୟନ୍ କରିବାର ମାରାତ୍ମକ ମୋଲାୟମ ମନ୍ତ୍ର । ମୁହଁରେ ହସ ସିହ୍ନା, ଭିତରେ ଭୟଙ୍କର ବିଷର ଭଉଁରୀ । ହୁସିଆର… ଏ ପୁଞ୍ଜିବାଦ ଆସୁଛି ପରିବର୍ତିତ ପର୍ଯ୍ୟାୟରେ ଆତଙ୍କବାଦୀ ଆକ୍ରମଣକାରୀର ଅତୃପ୍ତିନେଇ । ଏହା ସହିତ ସଂଗ୍ରାମ ତେଣୁ ସୁରୁହେବ ସ୍ୱତନ୍ତ୍ର ଶୈଳୀର ରଣନୀତିରେ ।
ମୋର ଏ ଦେଶର ପ୍ରଧାନମନ୍ତ୍ରୀଙ୍କ ୁସବିନୟ ଅନୁରୋଧ ଯେ – ବର୍ତମାନର କରୋନା ସଂକଟ ପରିପ୍ରେକ୍ଷୀରେ ସେ ଯେଉଁ ୨୦ଲକ୍ଷ କୋଟିଟଙ୍କା ଆତ୍ମନିର୍ଭର ଶୀଳ ଯୋଜନାର ଜରୁରୀ ଘୋଷଣା ଗଣମାଧ୍ୟମ ଜରିଆରେ ଆମକୁ ଅବଗତ କରାଇଲେ, ଯେପରି ଏ ଅନୁଦାନରୁ ପଇସାଟିଏ ମଧ୍ୟ କୌଣସି ସରକାରୀ କାର୍ଯ୍ୟ କର୍ତା ମାନଙ୍କ ଦୁର୍ନିତୀ ମୁଣିର ପାଣ୍ଠି ବୃଦ୍ଧି ନକରେ । କାରଣ – ଏ ୨୦ଲକ୍ଷ କୋଟିଟଙ୍କାର ପ୍ରତ୍ୟେକ ଅଂଶ ଆଜି ସେଇମାନଙ୍କର ଭରଣ ପୋଷଣ ପାଇଁ ବେୟିତ ହେବାର ମହତର ଲକ୍ଷ୍ୟ ନିମନ୍ତେ ଉଦ୍ଦିଷ୍ଟ – ଯେଉଁମାନଙ୍କ ହାତ ଏ ଦେଶର ସଭ୍ୟତା, ସୌଧ ଓ ମୂଳଭିତି ଗଢିବାରେ ନିକଟତମ ଅତୀତ ପର୍ଯ୍ୟନ୍ତ ସଦାସ କ୍ରିୟ ରହିଆସିଥିଲା । ମୋର ଏଥିନିମନ୍ତେ ପ୍ରବଳ ଆଶଙ୍କା ଯେ – ସରକାର ଯେଉଁ ମୃଷ୍ଟିମେୟଙ୍କୁ ମୁଖପାତ୍ର ଓ କାର୍ଯ୍ୟକର୍ତା ଭୂମିକାରେ ବାହାର କରିଛନ୍ତି – ସେମାନେ ଜନସ୍ୱାର୍ଥ ପାଇଁ କେତେ ଦୂର ଜାଗତିଆର ଏ ସଂକ୍ରାନ୍ତରେ କୌଣସି ପ୍ରକାର ଗ୍ୟାରେଂଟି ଆଖିବୁଜି ଦେଇ ହେଉନାହିଁ । ଏହାର ଏକମାତ୍ର କାରଣ ହେଉଛି – ଏ ମୁଖପାତ୍ର ମାନେ ନା ଶ୍ରମ ସଂସ୍କୃତି ସହିତ ଜଡିତ, ନା ସ୍ୱଂୟ ଜଣେ ସଚ୍ଚା ଶ୍ରମଜୀବି? ଯଦି ମୂଳଭିତି ପ୍ରସ୍ତୁତିରୁ ସଂପୂର୍ଣ୍ଣ ସଜାଗତା ଓ ସତର୍କତା ରକ୍ଷା କରାନଯାଏ ତାହେଲେ କରୋନାର କରାଳତା ଅପେକ୍ଷା ଆଗକୁ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡିବ । କରୋନାକୁ ତ ଲଢୁଛେ – ଲଢିବା, ସେ ମୁକାବିଲାର ମୂହୁର୍ତ ଏବେବିବଳବତର । ମାତ୍ର ବାରମ୍ବାର ଏ ଦେଶବାସୀ ଓ ମହାଜାତିର ଭବିଷ୍ୟତର ସ୍ୱପ୍ନ ମହାଦୁର୍ନିତୀର ମୁକାବିଲାରେ ବରାବର ହାରି ଆସୁଥିବାର ନଗ୍ନ ନମୁନା କାହାରିକୁ ଅଛପା ନୁହେଁ ।
ଆଗକୁ ମୁକାବିଲାର ମଇଦାନ । ଆଜି ଯାହା ଥିଲା, ସବୁ ଓଲଟ ପାଲଟ ହେଇଯାଉଛି । ଉତ୍ପାଦନ କ୍ଷେତ୍ର ବିଯର୍ପ୍ୟସ୍ତ । ରୋଗ, ଭୋକ ଅସମ୍ଭାଳ । ଯେଉଁ ଶ୍ରମିକ କର୍ମଚାରୀମାନେ ଦାନାକନା ପାଇଁ କର୍ମକ୍ଷେତ୍ରରେ ପଡିରହିଥିଲେ, କରୋନାର କରାଳ ମାଡରେ ସବୁ ଓଲଟ ପାଲଟ ହୋଇଯାଇଛି । ଗାଁଗଣ୍ଡାଠୁ ଆରମ୍ଭକରି ସହର ବଜାରରେ ବେକାରଙ୍କ ସଂଖ୍ୟାହୁଃ..ହୁଃ.. ହୋଇ ବଢିଚାଲିଛି । ପରବର୍ତୀ ଅବସ୍ଥାରେ ଭୟଙ୍କର ଦଙ୍ଗା ଲାଗିଯାଇପାରେ! ଆମର ପହିଲା ନମ୍ବର ଦୁଷ୍ମନ ପୁଞ୍ଜବାଦ ସହିତ ଲଢିବା ପୂର୍ବରୁ ଆମକୁ ପ୍ରଥମେ କିନ୍ତୁ ଲଢିବାକୁ ପଡିବ ଆମ ନିଜ ଭିତରର ଦ୍ୱନ୍ଦ, ଦ୍ୱିଗ୍ଧା ଓ ଦ୍ୱିଖଣ୍ଡିତ ଦର୍ଶନ ସହିତ । କାରଣ, ଭବିଷ୍ୟତର ମହାସଂଗ୍ରାମ ପୂର୍ବରୁ ଆମର ପୂର୍ବପ୍ରସ୍ତୁତି ଆରମ୍ଭ ହେବ ଆମ ନିଜର ଅଟଳ ନିଷ୍ଠା ଓ ଅସଲ ଅଙ୍ଗିକାରକୁ ସମ୍ବଳକରି । ଆମକୁ ସଂକଳ୍ପ ନେବାକୁ ପଡିବ ନିଜ ରକ୍ତାକ୍ଷରରେ । ଆମଭିତରର ଭୟକୁ ଜୟକଲେ ହିଁ ବିଜୟ ଆମର ହାତ ପାଆନ୍ତାରେ । ଜାତି-ବର୍ଣ୍ଣ-ଧର୍ମ-ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତେ ହେବା କାୟୋମନୋବାକ୍ୟରେ କାନ୍ତି ଗାମୀ-ଅର୍ନ୍ତଗାମୀ । ଆମ ଅଗ୍ରଗତିର ପଥ ଯେତେ ଦୁର୍ଗମ ହେଉ ପଛେ, ସେ ପଥ ହେଉ ବଜ୍ର ଶପଥର ବଡ ପଥ । ଆମ ମହାସଂଗ୍ରାମର ପାନିପଥ । ଆନ୍ଦୋଳନର ଆବର୍ତ ପରେ ଆମେ ବିପ୍ଳବର ବିଜୟ ପତାକା ଉଡାଇବା ଦଳିତ-ଶୋଷିତ-ନିଷ୍ପେସିତର ନବ ନିର୍ମିତ ରାଜଧାନୀରେ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩