ସଂଗରୋଧ କେନ୍ଦ୍ରରେ ଭିଡିଓ ଅଡିଓ ମାଧ୍ୟମରେ କରୋନା ସଚେତନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକମାନେ ସଂଘରୋଧ କେନ୍ଦ୍ରରେ ରହିଥିବା ଲୋକଙ୍କୁ ଭିଡଓ ଏବଂ ଅଡିଓ ମାଧ୍ୟମରେ ସଚେତନା କରାଯାଇଛି । ଏହାର ମୁଖ୍ୟ ଉଦ୍ଦ୍ୟେଶ ଥିଲା ମାସ୍କପିନ୍ଧି ରହିବା, ହାତକୁ ୫ରୁ ୬ ଥର ବାରମ୍ବାର ଧୋଇବା, ସାମାଜିକ ଦୂରତା ଅବଲମ୍ବନ କରିବା, ବାହାରେ ଏଣେ ତେଣେ ନବୁଲିବା । ଯଦି ସଙ୍ଘରୋଧ କେନ୍ଦ୍ରରେ ଆଇନ ଅମାନ୍ୟ କରିବା ବ୍ୟକ୍ତିଙ୍କୁ ଆଉ କିଛି ଅଧିକା ସଂଘରୋଧରେ ରହିବା ସହ ଦଣ୍ଡବିଧାନ କରାଯିବ ବୋଲି ସଚେତନା ଦିଆଯାଇଥିଲା । ଏହି ସଙ୍ଘରୋଧ କେନ୍ଦ୍ରରେ କୁଇଜ୍ ପ୍ରତିଯୋଗୀତା କରାଯାଇ ପୁରସ୍କାରର ବ୍ୟବସ୍ଥା ମଧ୍ୟ ରହିଅଛି ବୋଲି ପ୍ରବାସୀ ଶ୍ରମିକମାନଙ୍କୁ ସୁଚନା ଦିଆଯାଇଥିଲା ।ଏହି ଶିବିରରେ ଗାରାବନ୍ଧ, ଲାବାନ୍ୟଗଡ, ଏସ୍‌.ଓରଡା ପ୍ରବାସୀ ଶ୍ରମିକମାନଙ୍କୁ ସଚେତନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ