ସଂଗୀତ ଜଗତର କିମ୍ବଦନ୍ତୀ ମହମ୍ମଦ ରଫିଙ୍କ ୯୫ତମ ଜନ୍ମ ଜୟନ୍ତୀ ପାଳିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଶିବରାମ ପଟ୍ଟନାୟକ ରିଡିଂ ରୁମ୍ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଗଂଜାମ ଜିଲ୍ଲା ସାହିତ୍ୟ-ସଙ୍ଗୀତ-ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲା ସଭାପତି ତଥା ସାହିତ୍ୟିକ ସୁଶାନ୍ତ ଦାସ ଅଧ୍ୟକ୍ଷତାରେ ସଂଗୀତ ଜଗତର କିମ୍ବଦନ୍ତୀ ମହମ୍ମଦ ରଫିଙ୍କ ୯୫ ତମ ଜନ୍ମ ଜୟନ୍ତି ଅବସରରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲିକତାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଜୟ ଜୟସୱାଲ ସହ ମଧ୍ୟ ପ୍ରଦେଶ ରାୟପୁର ରୁ ଆସିଥିବା ପି.ନିରୋସା ଅନୁରାଧା ସାହୁ ଏବଂ ସୁନାମଧ୍ୱନୀ କଣ୍ଠଶିଳ୍ପୀ ଭଗବାନ କର ଓ ମାମାଲୀଙ୍କ ଗୀତ ପରିବେଷଣ କରି ଜନସାଧାରଣଙ୍କ ମନମୋହିଥିଲେ । ଏହାସହ ସ୍ଥାନୀୟ କଳାକାର ମାନସି ଶତପଥୀ, ଶୁଭଶ୍ରୀ ଦୁଲ୍ଲନା ବେହେରା,ଆରାଧାନା ସାହୁ ପ୍ରମୂଖ ସଂଗୀତ ପରିବେଶଣ କରିଥିଲେ । ପ୍ରଧାନ ଶିକ୍ଷକ ପି.ଡାଲେୟା ଗୀତ ସହ (ଦେବଦାଶ) ଅଭିନୟ କରି ଲୋକଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି , ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡି, ପୂର୍ବତନ ଛତ୍ରପୁର ଓକିଲ ସଂଘର ସଭାପତି ଗୋକୁଳ ପଣ୍ଡା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ, ଇଂ ରାମଚନ୍ଦ୍ର ପଟ୍ଟନାୟକ, ଆଇନଜିବୀ ଶ୍ୟାମସୁନ୍ଦର ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ନେତା ଭାଗିରଥୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଆଇନଜିବୀ ବ୍ରଜମୋହନ ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳକଣ୍ଠ ଦାଶ, ଇଜୁଆମିନ ଖାନ, ଡି.ଆଦିନାରାୟଣ ରେଡ୍ଡୀ, ଏସ.କ୍ରିଷ୍ଣା ରେଡ୍ଡୀ, ପ୍ରଫୁଲ କୁମାର ପାଣିଗ୍ରାହୀ, କୈଳାଶ ପଲାଇ, ପି.ଧର୍ମା ରେଡ୍ଡୀ, ପ୍ରମୋଦ କୁମାର ସାହୁ, ରବିନ୍ଦ୍ରନାଥ ପଣ୍ଡାଙ୍କ ସମେତ ସହରର ବହୁ ବୁଦ୍ଧିଜିବୀ ଏବଂ ଜନସାଧାରଣ ଯୋଗ ଦେଇ ମନଭରି ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ