ସଂଗୀତ ମୁର୍ଛନା ୟୁଟୁବ ଚାନେଲର ସମ୍ବର୍ଦ୍ଧନା ମହୋତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ପଞ୍ଚାୟତର ଜବାହର ବାଲ ଭବନ ପରିସରରେ ସଂଗୀତ ମୁର୍ଛନା ୟୁଟୁବ ଚାନେଲର ରାଜ୍ୟ ସ୍ତରୀୟ ଅନ୍ ଲାଇନ ପ୍ରତିଯୋଗୀତା ରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯୋଗଦେଇଥିବା ୧୫ଶହ କଳାକାରଙ୍କ ମଧ୍ୟରୁ ୪୦ଜଣ ଟପ ଟେନ ଆୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଉପଲକ୍ଷେ ସଂଗୀତ ମୁର୍ଛନା ୟୁଟୁବ ଚାନେଲର ପ୍ରତିଷ୍ଠାତା ତଥା ନିର୍ଦେଶକ ବସନ୍ତ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଓଡିଶା ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସ ଓ ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଜ୍ୟୋସ୍ନ୍‌ାମୟୀ ପରିଡା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଳାକାର ଦିନେଶ କୁମାର ମଲ୍ଲିକ ଏବଂ ଜବାହର ବାଲ ଭବନର ନିର୍ଦେଶିକା ଲଳିତାଞ୍ଜଳି ଦାସ ପ୍ରମୁଖ ଯୋଗଦେଇ ଟପଟେନ ସଂଗୀତ, କବିତା ମହାସସଙ୍ଗମ ଓ ନୃତ୍ୟର ମହାସଙ୍ଗମର ଟପଟେନ କୃତି ପ୍ରତିଯୋଗୀମାନଙ୍କୁ ମୁର୍ଛନା ପକ୍ଷରୁ ଟପଟେନ ଆୱାର୍ଡ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଚାନେଲର ସଂଯୋଜକ ତପସ୍ୱିନୀ ନାୟକ, ଅକ୍ଷୟ କୁମାର ସାମଲ ଓ ଅଭିରାମ ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ନିରାକାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ