ସଂଗ୍ରାମୀଙ୍କ ପାଇଁ ନୀରବ ପ୍ରାର୍ଥନା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-୩୦ଜାନୁୟାରୀ ଅବସରରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଂଗ୍ରାମୀଙ୍କ ପାଇଁ ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁ ଯୋଗଦେଇ ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବଦତ୍ତ ପାଣିଗ୍ରାହୀ, ତପନ କୁମାର ବେହୁରିଆ, ଲଲାଟ ପାଢ଼ୀଙ୍କ ସମେତ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ମାନେ ଏଥିରେ ଉପସ୍ଥିତ ରହି ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ