ସଂଗ୍ରାମୀ ଗଙ୍ଗାଧର ବିଶ୍ୱାଳଙ୍କ ମୃତ୍ୟୁରେ ଶୋକପ୍ରକାଶ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍):  ଗତ ୩୦ ତାରିଖରେ ନୀଳଗିରି ବ୍ଲକ୍ ଅନ୍ତର୍ଗତ କାଂଶ ଗ୍ରାମପଞ୍ଚାୟତର ଅମ୍ବିକାପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଗଙ୍ଗାଧର ବିଶ୍ୱାଳଙ୍କ ବିୟୋଗରେ ବାଲେଶ୍ୱର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଯୁବ ସାମ୍ମୁଖ୍ୟର ସଭାପତି ଶ୍ରୀ ବିଧାନ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଶୋକପ୍ରକାଶ କରିଛନ୍ତି । ଗତ ୫ ତାରିଖରେ ଏକ ବୈଠକରେ ସର୍ବଶ୍ରୀ ଇଂ. ଲକ୍ଷ୍ମୀକାନ୍ତ ସରକାର, ସର୍ବେଶ୍ୱର ପଣ୍ଡା, ରାମଚନ୍ଦ୍ର ସାହୁ, ନବୀନ ପରିଡ଼ା, ଜଗନ୍ନାଥ ବେହେରା, ଅରୁଣ ଜେନା, ସୁଧୀନ୍ଦ୍ର କୁମାର ମହାନ୍ତି, ସନାତନ ଦାସ, ଭବେନ୍ଦ୍ର ସ, ଜୟନାରାୟଣ ବେହେରା, ସ୍ୱର୍ଗତଃ ଗଙ୍ଗାଧର ବିଶ୍ୱାଳଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସଙ୍ଗେସଙ୍ଗେ ତାଙ୍କର ଶୋକସନ୍ତପ୍ତ ପରିବାରପ୍ରତି ସମବେଦନା ଜ୍ଞାପନ କରିଅଛନ୍ତି । ସ୍ୱର୍ଗତଃ ବିଶ୍ୱାଳ ନୀଳଗିରି ପ୍ରଜାଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମରେ ସ୍ୱର୍ଗତଃ ବନମାଳୀ ଦାସଙ୍କ ନେତୃତ୍ୱରେ କାର୍ଯ୍ୟ କରି କିଛିବର୍ଷ ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ