ସଂଗ୍ରାମୀ ଦୋଳଗୋବିନ୍ଦଙ୍କ ଶ୍ରାଦ୍ଧଦିବସରେ ସ୍ମୃତିବନରେ ବୃକ୍ଷପୂଜା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ, ତାଙ୍କ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ପାତ୍ରପଡ଼ାରେ ଥିବା ସ୍ମୃତିବନଠାରେ ବୃକ୍ଷପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗ୍ରାମୀ ଦୋଳଗୋବିନ୍ଦ, ସଂଗ୍ରାମୀ ନଟବର, ଆଦର୍ଶ ଶିକ୍ଷକ ଭଗବାନ ରାଉତ, ମା ଯଶୋଦଦା ଦେବୀ, ପରେଶଙ୍କ ସ୍ମୃତିରେ ବଉଳ ବୃକ୍ଷ ମାନଙ୍କରେ ଜଳଦାନ ଓ ବୃକ୍ଷପୂଜା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, କାର୍ଯ୍ୟକାରୀ ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ବୁଦ୍ଧମନ୍ଦିର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ବୁଦ୍ଧଦେବ ମିଶ୍ର, ସଂଗ୍ରାମୀ ଦୋଳଗୋବିନ୍ଦଙ୍କ ପରିବାର ପକ୍ଷରୁ ଦେବରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ପୃଥିରାଜ ପ୍ରଧାନ ଓ ପ୍ରଜ୍ଞାରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମୁକେଶ ପ୍ରଧାନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ