ସଂଗ୍ରାମୀ ସାମନ୍ତ ନଟବରଙ୍କ ସ୍ମୃତିରେ ବୃକ୍ଷପୂଜା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସ ପକ୍ଷରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ସଂଗ୍ରାମୀ ସାମନ୍ତ ନଟବର ସିଂହଙ୍କ ସ୍ମୃତିରେ ରୋପଣ କରାଯାଇଥିବା ବକୁଳ ବୃକ୍ଷକୁ ଆଜି ପୂର୍ବାହ୍ନରେ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ଶ୍ରୀ ସୀତାବଲ୍ଲଭ ମହାପାତ୍ର ସ୍ୱର୍ଗତ ନଟବର ସିଂହ ସାମନ୍ତଙ୍କ ଛାତ୍ରଜୀବନ ବିଷୟରେ ଅବତାରଣା କରିବା ସହ ବୃକ୍ଷପୂଜା ଏକ ଅନନ୍ୟ ପରମ୍ପରା ବୋଲି କହିଥିଲେ । ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ପୂର୍ବତନ ସମିତି ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ କହିଲେ ଯେ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ତପସ୍ୟାର ପଟ୍ଟାନ୍ତର ନାହିଁ । ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ସ୍ୱାଗତ ଭାଷଣ ଓ କୋଷାଧ୍ୟକ୍ଷ ପ୍ରଜ୍ଞାରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ସ୍ମୃତିବନର ତତ୍ତ୍ୱାବଧାରିକା ଶ୍ରୀମତୀ ରଶ୍ମୀରେଖା ପରିଡ଼ା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ