ସଂଗ୍ରାମ ସ୍ପୋର୍ଟସ୍ କ୍ଲବ୍ ପକ୍ଷରୁ ଜିଲ୍ଲାର କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ମାନଙ୍କୁ ୧ଲକ୍ଷ ଟଙ୍କାର ଏନ୍-୯୫ ମାସ୍କ ପ୍ରଦାନ
ଛତ୍ରପୁର:କରୋନା ସଂକ୍ରମଣରୁ ମୁକାବିଲା ନିମନ୍ତେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର କର୍ମଚାରୀମାନଙ୍କ ନିମନ୍ତେ ଓ ସେମାନଙ୍କ ସୁରକ୍ଷା ପାଇଁ ଡିଆରଡିଏ ତରଫରୁ ମାସ୍କ ବ୍ୟବସ୍ଥା କରାଯାଇଛି।ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବାଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ଏହି ମାସ୍କ ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିର ସଂଗ୍ରାମ ସ୍ପର୍ଟସ୍ କ୍ଲବ୍ ପକ୍ଷରୁ ୧ଲକ୍ଷ ଟଙ୍କାର ଏନ୍-୯୫ ମାସ୍କ ପ୍ରଦାନ କରାଯାଇଛି।ସ୍ପୋର୍ଟସ୍ କ୍ଲବ୍ ପକ୍ଷରୁ ସୂଚନା ଦେଇଛନ୍ତି ଯେ କ୍ଲବ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ଦଣ୍ଡନାଚ ଉପଲକ୍ଷେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।ଚଳିତ ବର୍ଷ କୋଭିଡ୍-୧୯ କୁ ଆଖି ଆଗରେ ରଖି ଦଣ୍ଡନାଚ ବନ୍ଦ କରାଯାଇଥିବା ଯୋଗୁଁ ଆଦାୟ କରାଯାଇଥିବା ୧ଲକ୍ଷ ଟଙ୍କାକୁ ଜିଲ୍ଲାର କରୋନା ମୁକାବିଲା ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ସୁରକ୍ଷା ନିମନ୍ତେ ଏନ୍-୯୫ ମାସ୍କ ପ୍ରଦାନ କରାଯାଇଛି।ଏହା ସହ ଲୋକମାନଙ୍କୁ ଘରେ ରହିବା ନିମନ୍ତେ ସଚେତନ କରାଯାଇଛି।ଏପରି ଯେଉଁମାନେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଆଜି ୧ଲକ୍ଷ ଟଙ୍କାର ମାସ୍କ ଡିଆରଡ଼ିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ କ୍ଲବ୍ ପକ୍ଷରୁ ପ୍ରଦାନ କରାଯାଇଛି।ଏହି ପ୍ରଦାନ ବେଳେ କ୍ଲବ୍ ର ସଭାପତି ତଥା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଏନ୍. ଗିରିଧର, ଆର୍. ୟୋଗେଶ୍ୱର ରାଓ, ନିରୋଦ ଚନ୍ଦ୍ର ନାୟକ, ସୁରୋଜିତ୍ ସାମନ୍ତରାୟଙ୍କ ସମେତ ବହୁ କ୍ଲବ୍ ର ସଦସ୍ୟମାନେ ଉପସ୍ଥିତ ଥିଲେ।