ସଂଗ୍ରାମ ସ୍ପୋର୍ଟସ୍ କ୍ଲବ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

ଛତ୍ରପୁର (ଓ୍ବାଇଏନ୍ଏସ୍): କରୋନା ମହାମାରୀ ରେ ନିଜ ଜୀବନକୁ ବାଜି ଲଗାଇ ଗରୀବ ଅସହାୟ ଲୋକଙ୍କ ଦାବୀକୁ ଲୋକ ଲୋଚନ ଆଣିବା ସହ କରୋନା ମୁକାବିଲାରେ ଆଗଧାଡିରେ କୋଭିଡ ଯୋଦ୍ଧା ଭଳି କାର୍ଯ୍ୟକରୁଥିବା ଛତ୍ରପୁରର ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ଛତ୍ରପୁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଗ୍ରାମ ସ୍ପୋର୍ଟସ କ୍ଲବ ପକ୍ଷରୁ କ୍ଲବର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଥମେ ସାମ୍ବଦିକ ଭାଇ ମାନଙ୍କୁ ସାନିଟାଇଜର କରିବା ସହ ମାସ୍କ ଦେଇ ଉପଢୈକନ ପ୍ରଦାନ କରି କ୍ଲବର ସଭାପତି ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ କରୋନା ମହାମାରୀରେ ସାମ୍ବାଦିକ ଭାଇମାନେ କାର୍ଯ୍ୟକରୁଥିବାରୁ ଶ୍ରୀରେଡ୍ଡୀ ହାତ ଯୋଡି ସମସ୍ତଙ୍କୁ ସମ୍ମାନ ଜଣାଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌.ଗିରିଧର ରାଓ, ଆର .ୟୋଗେଶ୍ୱର ରାଓ, ଅଜୟ କୁମାର ପଣ୍ଡା, ମୁନା ପଣ୍ଡା, ଶ୍ରୀକାନ୍ତ ସେନାପତି , ନରୋଧ ନାୟକ, ବାବୁଲୀ ଦୋରା, ନୀଳାଞ୍ଚଳ ସେନାପତି, ସୁରଜିତ୍ ସାମନ୍ତରାୟଙ୍କ ସମେତ କ୍ଲବର ବହୁ ସଭ୍ୟ ସାମାଜିକ ଦୂରତା ରହି କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଥିଲେ । ପୁର୍ବରୁ କ୍ଲବ ପକ୍ଷରୁ ଛତ୍ରପୁର ସହରର ଗରୀବ ଅସହାୟ ଲୋକଙ୍କ ମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯିବା ସହ ଦାମିଆନର ବାସିନ୍ଦା ମାନଙ୍କୁ ମଧ୍ୟ ସୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଏହାସହ କୋରାନା ମୁକାବିଲା ନେଇ ଲୋକଙ୍କୁ କ୍ଲବ ର ସଦସ୍ୟ ମାନେ ସଚେତନ କରିଆସୁଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ