ସଂଘବଦ୍ଧ ଆକ୍ରମଣରେ ଭାରତୀୟ ସେନା କର୍ମଚାରୀ ଙ୍କ ମୃତ୍ୟୁ ଘଟଣାର ଫର୍ଦା ଫାସ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକ ଠାରେ ଭାରତୀୟ ସେନା କର୍ମଚାରୀ ଜେ. ଡିଲେଶ୍ୱର ପାତ୍ର ଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାର ଫର୍ଦାଫାସ କରିଛି ପୋଲିସ l ଘଟଣା ରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଚମାଖଣ୍ଡି ଥାନା ପୋଲିସ l ସେମାନଙ୍କ ଠାରୁ ୨ ଟି ବାଇକ ଓ ମୋବାଇଲ ଜବତ ହୋଇଛି, ଅଭିଯୁକ୍ତ ମାନେ ହେଲେ କାଲିପଲ୍ଲୀ ଗ୍ରାମ ର ଜେ. କଲ୍ୟାଣୀ ପାତ୍ର,ସିଏଚ ଶେଖର ପାତ୍ର, ବି. ଚେନେୟା ପାତ୍ର,ଜି. ଜଗନ୍ନାଥପୁର ଗ୍ରାମ ର ବି. ବୁଲୁ ପାତ୍ର ଓ ସିଏଚ. ଭିକି କୁମାର ପାତ୍ର ବୋଲି ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି l ସେଥିରୁ ଜେ. କଲ୍ୟାଣୀ ପାତ୍ର, ସିଏଚ ଶେଖର ପାତ୍ର ଓ ବି. ବୁଲୁ ପାତ୍ର ଏହି ୩ ଜଣ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ବେଳେ ବି ଚେନେୟା ପାତ୍ର ଓ ସିଏଚ ଭିକି କୁମାର ପାତ୍ର ଏହି ୨ ଜଣ ଅଭିଯୁକ୍ତ ସେମାନଙ୍କୁ ସହଯୋଗ କରିଥିଲେ ବୋଲି ଏସପି କହିଛନ୍ତି l ପୂର୍ବ ଶତ୍ରୁତା ସହ ଇର୍ଷା ଉଗ୍ରରୂପ ନେଇ ହତ୍ୟା ହୋଇଛି l ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ରେ ୨ ଯୁବ ଗୋଷ୍ଠୀ ଙ୍କ ମଧ୍ୟ ରେ ବହୁ ଦିନ ଧରି ଛକା ପଞ୍ଜା ଲାଗିରହିଥିଲା, ମଝିରେ ମଝିରେ ମଧ୍ୟ ସାମାନ୍ୟ କଥା ଗାଳି ଗୁରଜ ସହ ଗଣ୍ଡଗୋଳ ପରିସ୍ଥିତି ଉପୁଜୁଥିଲା l ଗୋଟିଏ ଯୁବ ଗୋଷ୍ଠୀ କୁ ମୃତ ଡିଲେଶ୍ଵର ନେତୃତ୍ୱ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଙ୍କୁ ଅଭିଯୁକ୍ତ ସିଏଚ. ଶେଖର ଓ ବି. ଚେନେୟା ନେତୃତ୍ୱ ନେଉଥିଲା l ଏପରିକି ଗ୍ରାମ ରେ ଗଣେଶ ପୂଜା ଭସାଣି ଏବଂ ନଦୀଆମ୍ମା ପୂଜା ଅବସର ରେ ମଧ୍ୟ ଦୁଇ ଯୁବ ଗୋଷ୍ଠୀ ଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ ଫେସବୁକ ଏବଂ ୱାଟ୍ସଅପ ସ୍ଟାଟସ ସହ ବିଭିନ୍ନ ସୋସିଆଲ ମିଡ଼ିଆ ରେ ମଧ୍ୟ ଦୁଇଗୋଷ୍ଠୀ ଛକା ପଞ୍ଜା ଲାଗୁଥିଲା l ମୃତ ଜି. ଡ଼ିଲେଶ୍ୱର ପାତ୍ର ଗତ କିଛି ବର୍ଷ ହେଲା କଲିକତା ର ଦୁର୍ଗାପୁର ଜିଲ୍ଲାର ପାନନଗଡ଼ ଠାରେ ଆର୍ମିରେ କାର୍ଯ୍ୟ ରତ ଥିଲେ l ଗତ ଦଶ ଦିନ ସେ ଛୁଟି ରେ ନିଜ ଗ୍ରାମକୁ ଆସିଥିବା ବେଳେ ଗତ ଡିସେମ୍ବର ୩ ତାରିଖ ଦିନ ଗୋପାଳପୁର ଠାରେ ଏକ କ୍ରିକେଟ ଟୁର୍ନାମେଣ୍ଟ ରେ ସେ ଅତିଥି ଭାବେ ଯୋଗଦେଇଥିଲେ ମଧ୍ୟ ସେଠାରେ ମଧ୍ୟ ଖେଳ କୁ ନେଇ କିଛି ଜଣକ ସହ ମୃତ ଡିଲେଶ୍ଵର ସହ ବଚସା ହୋଇଥିଲା, ପରେ ସେଠାରେ ସମାଧାନ ହୋଇଥିଲା, ଏହା ପରେ ସିଏଚ ଶେଖର ପାତ୍ର ଙ୍କ ଗୋଷ୍ଠୀ କିପରି ଦିଲେଶ୍ଵର ଙ୍କୁ ଆକ୍ରମଣ କରିବେ ସେଥିପାଇଁ ଯୋଜନା କରିଥିଲେ l ଗୋପାଳପୁରରୁ ଖେଳ ଦେଖି ସେନାକର୍ମଚାରୀ ଜେ ଡିଲେଶ୍ଵର ପାତ୍ର ଘରକୁ ଫେରୁଥିବା ବେଳେ ହରିପୁର ଛକ ପ୍ରାୟ ରାତ୍ର ସାଢେ ୮ ଟାରେ ଅଭିଯୁକ୍ତ ମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଲା ସେଠାରେ ସେ ତଳେ ପଡି ଯାଇଥିଲେ ତାଙ୍କ ମୁଣ୍ଡ ଓ କାନ କୁ ଗଭୀର ଆଘାତ ଲାଗିଥିଲା, ତାଙ୍କୁ ପରିବାର ଲୋକ ସହାୟତା ରେ ପ୍ରଥମେ ବ୍ରହ୍ମପୁର ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ, ଚିକିତ୍ସାଧୀନ ଅବସ୍ଥାରେ ଗତ 6ତାରିଖ ଦିନ ଡିଲେଶ୍ଵର ଙ୍କ ମୃତ୍ୟୁ ଘଟିଥିଲା l ଗୁରୁବାର ତାଙ୍କ ମର ଶରୀର ନିଜ ଗ୍ରାମକୁ ଆସିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏହା ସହିତ ତାଙ୍କର ୧୨ଦିନ ଶିଶୁ କନ୍ୟା, ମାଆ ଏବଂ ସମ୍ପର୍କୀୟ ଲୋକ ଆଖିର ଲୁହ ଓ କାନ୍ଦ ବୋବାଳି ରେ ଫାଟି ପଡିଥିଲା ଗ୍ରାମ ପରିବେଶ l ଏନେଇ ଗତ 5ତାରିଖ ଦିନ ଘଟଣା ସମ୍ପର୍କ ରେ ମୃତ ଡିଲେଶ୍ଵରପାତ୍ର ଙ୍କ ମାଆ ଜେ. ଜାନାମା ପାତ୍ର ଚମାଖଣ୍ଡି ଥାନା ରେ ଏତଲା ଦେଇଥିଲେ, ଏତଲା କୁ ଭିତ୍ତି କରି ୪୪୧/୨୦୨୩ ନଂ ଏକ ମାମଲା ରୁଜୁ କରି ଘଟଣା ଅଧିକ ଗୁରୁତ୍ୱ ନେଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଛତ୍ରପୁର ଏସ୍ଡ଼ିପିଓ ଙ୍କ ନେତୃତ୍ୱ ଦୁଇଟି ସ୍ୱତନ୍ତ୍ର ଟିମ ଏବଂ ଛତ୍ରପୁର, ଚମାଖଣ୍ଡି ଏବଂ ହେଡ଼କ୍ଵାଟର ଆଇଆଇ ସି ଘଟଣା ତଦନ୍ତ କରି ବିଭିନ୍ନ ସ୍ଥାନ ରେ ଚଢ଼ାଉ କରିଥିଲେ, କେତେବେଳେ କଟକ ତ ଆଉ କେତେବେଳେ ଆଉ କେଉଁ ସ୍ଥାନରେ ଚଢ଼ାଉ କରିବା ପରେ ଶେଷରେ ସଫଳତା ମିଳିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ