ସଂଘର ପ୍ରତିଷ୍ଠା ଦିବସ ଅବସରରେ ୧୦୮ ବୃକ୍ଷରୋପଣ

ଛତ୍ରପୁର, (ଦେବିଦତ୍ତ ମହାରଣା) : ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ମା’ଶ୍ୟାମାକାଳୀ ଯୁବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ୧୦୮ ବୃକ୍ଷରୋପଣ କରାଯାଇଛି । ଏହାସହ ସଂଘର ସଦସ୍ୟମାନେ ସମାଜର ହିତ ନିମନ୍ତେ କର୍ମନିଷ୍ଠ, ନିସ୍ୱାର୍ଥପର ଭାବେ ସମାଜ ସେବା କରିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ୟାମାକାଳୀ ଯୁବକ ସଂଘର ସଭାପତି ଏସ୍‌.ଯୁଧିଷ୍ଠୀର ରେଡ୍ଡୀ ସମସ୍ତଙ୍‌କୁ ଉଦ୍‌ବୋଧନ ଦେଇ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଦେବାଶିଷ ବେହେରା, ସଂପାଦକ ଶିବରଞ୍ଜନ ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର ଗୌଡ, ଉପଦେଷ୍ଟା ରଘୁନାଥ ବେହେରା, ଦିଲ୍ଲୀପ ବେହେରା, ରଞ୍ଜିତ୍ ରାଉଳ, ଟି.କିଶୋର ରେଡ୍ଡୀ, ପଦ୍ମନାଭ ସାହୁ, ମହାଦେବ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ