ସଂଦେହ ଜନକ ଭାବେ ବୃଦ୍ଧ ଙ୍କ ମୃତଶରୀର ଉଦ୍ଧାର । ପୋଲିସ ର ତଦନ୍ତ ଜାରୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ସଂଦେହ ଜନକଭାବେ ଜଣେ ବୃଦ୍ଧ ଙ୍କର ମୃତଶରୀର ଏକ ଗଛରେ ଝୁଲୁଥିବା ର ଦେଖିବାକୁ ମିଳିଛି।ତେବେ ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ଉପଖଣ୍ଡ ଅନ୍ତର୍ଗତ କରଞ୍ଜିଆ ଏନ ଏ ସି ର ୪ନମ୍ବର ୱ।ଡ ର ଵଣସାହୀ ଠାରେ ଘଟିଛି। ସୂଚନା ମୁତାବକ ଆଜି ସକାଳୁ କିଛି ସ୍ଥାନୀୟ ବାସିନ୍ଦା ବଣସାହି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ଏକ ଛୋଟ ଗଛରେ ୭୦ ବର୍ଷୀୟ ରାମସିଂ ମୁଣ୍ଡା ଙ୍କଦମୃତଦେହ ଥିଝୁଲୁଥିବା ବା ଦେଖିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳ ରେ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି।ତେବେ ଏପରି ସଂଦେହ ଜନକ ଭାବେ ମୃତଶରୀର କୁ ଦେଖି ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ଅଞ୍ଚଳ ବାସୀ ସଂଦେହ ପ୍ରକାଶ କରିଛନ୍ତି।ମାତ୍ର ଏହା ତଦନ୍ତ ସାପେକ୍ଷ।