ସଂଧ୍ୟାରାଣୀ ମିଶ୍ରଙ୍କ ଉପନ୍ୟାସ ‘ସ୍ମୃତି’ ଉନ୍ମୋଚିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅମୃତବାଣୀ ଶିଶୁ ବିଦ୍ୟାମନ୍ଦିର ଓ ସଂସ୍କୃତ ଖବରକାଗଜ ‘ଅମୃତଭାଷା’ର ସମ୍ପାଦିକା ସଂଧ୍ୟାରାଣୀ ମିଶ୍ରଙ୍କ ଉପନ୍ୟାସ ‘ସ୍ମୃତି’ ଲୋକାର୍ପିତ ହୋଇଯାଇଛି । ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅମୃତବାଣୀ ସେବା ପ୍ରତିଷ୍ଠାନର ସମ୍ପାଦକ ଡ. କୁମାର ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । ଶିକ୍ଷାବିତ ତଥା ସୁସାହିତ୍ୟିକ ଡ. ରାଧାରଂଜନ ପଟ୍ଟନାୟକ, କବି ପ୍ରଶାନ୍ତ ଦାସ ମୁଖ୍ୟବକ୍ତା, ଡ. ଭାଗବତ ଦାସ, କବି ଅଭୟ ଦାସ, ବ୍ୟାକରଣବିତ ନିଂଜନ ସାହୁ, ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ପ୍ରକାଶକ ତଥା ସମୀକ୍ଷକ କବି କାଳୀପଦ ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସ୍ମୃତି’ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଭାବ ଜଡ଼ିତ ବିଷୟବସ୍ତୁ ଓ ବୋଧଗମ୍ୟ ଶବ୍ଦ ସଂଯୋଜନା ସମ୍ବଳିତ ଏହି ପୁସ୍ତକ ପାଠକଙ୍କ ଦ୍ୱାରା ଆଦୃତ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଅଶୋକ କୁମାର ପଣ୍ଡା, ଶଶିକାନ୍ତ ପରିଡ଼ା, ତପନ ପଣ୍ଡା, ବିଭୂଦତ୍ତ ଖୁଣ୍ଟିଆ, ରାଧାକୃଷ୍ଣ ମହାନ୍ତି, ଶରତ ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ନଗେନ୍ଦ୍ର ସିଂ, ସ୍ୱର୍ଣ୍ଣଲତା ସେଠୀ, ଶ୍ୟାମା ପ୍ରସାଦ ଦତ୍ତ, ସେଇଠୁ ଆରମ୍ଭ ଖବରକାଗଜର ସମ୍ପାଦକ ଶୁଭେନ୍ଦୁ ଦାସ, ‘ସମାଜ’ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲ୍ଲିକ, ନରୋତ୍ତମ ଷଡ଼ଙ୍ଗୀ, ମାନସ ଶତପଥୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦେଇ ପୁସ୍ତକ ସମ୍ପର୍କରେ ଅଭିମତ ରଖିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପନ୍ୟାସ ଲେଖିକା ଶ୍ରୀମତୀ ମିଶ୍ର ଯୋଗଦେଇ ନିଜର ଲେଖକୀୟ ଅନୁଭୁତି ବର୍ଣ୍ଣନା କରିଥିଲେ । ଶ୍ୱେତା ପଣ୍ଡା ଓ ପଣ୍ଡିତ ଗୋପାଳ ଚନ୍ଦ୍ର ଦେବ ଜ୍ୟୋତିବିଜ୍ଞାନ ବିଦ୍ୟାପୀଠର ବ୍ରହ୍ମଚାରୀମାନେ ବେଦପାଠ କରିଥିବା ବେଳେ ବିନ୍ଦୁଲତା ଷଡ଼ଙ୍ଗୀ ଓ ଆଶାରାଣୀ ଦ୍ୱିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ଆଚାର୍ଯ୍ୟ, ସତ୍ୟନାରାୟଣ ଷଡ଼ଙ୍ଗୀ, ଜ୍ଞାନରଂଜନ ବେହେରା, ସତ୍ୟନାରାୟଣ ଦାଶ, ଜଗଦେବ ପଣ୍ଡା, ନାରାୟଣ ସାମଲ, ଭେଙ୍କଟେଶ ମିଶ୍ର, କ୍ରିଷ୍ଣା ମିଶ୍ର, ଅମୃତ ଭାରତୀ ମିଶ୍ର, ବଲିନା ଆଚାର୍ଯ୍ୟ, କାର୍ତ୍ତିକ ଆଚାର୍ଯ୍ୟ, ଏଲିନା ଦ୍ୱିବେଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


