ସଂପର୍କ ମିଡିଆ ତରଫରୁ ଜାତୀୟ ଜନ ସଂପର୍କ ଦିବସ ପାଳିତ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଅଗ୍ରଣୀ ମିଡିଆ ସଂସ୍ଥା ସଂପର୍କ ମିଡିଆ ତରଫରୁ ଜାତୀୟ ଜନ ସଂପର୍କ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଗଞ୍ଜାମ ଜିଲ୍ଲା କ୍ଷେତ୍ରପ୍ରଚାରକ ଅଧିକାରୀ ମନମୋହନ ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅପ୍ରିଲ ୨୧ କୁ ଜାତୀୟ ଜନସଂପର୍କ ଦିବସ ରୁପେ ପାଳନ କରିବା ସହ ଏହା ଉପରେ ଆଲୋକପାତ କରିଥିଲେ । ୧୯୬୮ ମସିହା ଠାରୁ ଭାରତୀୟ ଜନସଂପର୍କ ସୋସାଇଟି ଅନୁଷ୍ଠିତ ହୋଇଥିବାରୁ ଏହି ଦିନଟିକୁ ଜାତୀୟ ସଂପର୍କ ଦିବସ ରୁପେ ପାଳନ କରାଯାଉଥିବା ଅଭିଭାଷଣରେ କହିବା ସହଜନସଂପର୍କ କ୍ଷେତ୍ରରେ ପ୍ରଗତି କରିବା ସହ କ୍ୟାରିୟର ଗଠନରେ ବହୁ ସହାୟକ ହୋଇପାରିଲୁ ବୋଲି ନିଜର ମନ୍ତବ୍ୟ ଦେଇ୍ଥିଲେ । ଦକ୍ଷିଣାଞ୍ଚଳ ପ୍ରଭାରୀ ହେମାଙ୍ଗ ପ୍ରସାଦ ରାଉଳ , ଅନ୍ୟତମ ଅତିଥିଭାବେ ଗୈାରାଙ୍ଗ ଚୈାଧୁରୀ ,ମଂଚାଳନ ଥିବା ବେଳେ ,ସଂପର୍କ ମିଡିଆର ଡାଇରେକ୍ଟର ସନତ ପଣ୍ଡା ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ଗଣଯୋଗାଯୋଗର ବହୁଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ଶେଷରେ ସୋନାଲି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିନୋଦ ମହାଙ୍କୁଡ , ସୁଶାନ୍ତ ଗୈାଡ, ତେଜସ୍ୱେନୀ ସେଠୀ ,ପରିଚାଳନା ରେ ସାହାର୍ଯ୍ୟ କରିଥିଲେ ।