ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା ବ୍ୟାପି ଚକା ଯାମ ଆନ୍ଦୋଳନ ସଫଳ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଦେଶବ୍ୟାପି ଚକାଯାମ ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ୩ ଘଣ୍ଟିଆ ଚକାଯାମ ଆନ୍ଦୋଳନ ଆଜି ସଂପୂର୍ଣ୍ଣ ସଫଳ ହୋଇଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀଚଲୋ କୃଷକ ଆନ୍ଦୋଳନ ସଂଗଠିତ ହେବାର ୭୩ଦିନ ବିତିଯାଇ ଥିଲେ ସୁଦ୍ଧା କୃଷକ ବିରୋଧି କୃଷି ଆଇନ ପ୍ରତ୍ୟାହାର ସଂପର୍କରେ ମୋଦୀ ସରକାର ନିରବଦ୍ରଷ୍ଟା ସାଜିବା ଯୋଗୁଁ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେଇଛି । ମୋଦୀ ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ ରାସ୍ତା ଉପରେ କଂକ୍ରିଟ ବ୍ୟାରିକେଟ ଏବଂ କଣ୍ଟାବାଡ ଭଳି ଅତ୍ୟନ୍ତ ବର୍ବର ଏବଂ ଅମାନୁସିକ ପଦକ୍ଷେପ ଗ୍ରହଣ କରିବା ଭାରତ ଇତିହାସରେ କେବେ ଦେଖାଯାଇ ନଥିଲା । ଦେଶ ଦେଶ ମଧ୍ୟରେ ଥିବା ସୀମାନ୍ତରେ ମଧ୍ୟ ଏଭଳି ଚିତ୍ର ଅଦ୍ୟାବଧି ଦେଖାଯାଇ ନାହିଁ । ଦେଶର ଅନ୍ନଦାତା କୃଷକମାନଙ୍କ ବିରୋଧରେ ମୋଦୀ ସରକାରର ଦମନ ପ୍ରକ୍ରିୟାକୁ ତୀବ୍ର ଭାବରେ ନିନ୍ଦା ଏବଂ ପ୍ରତିବାଦ ଜଣାଇଛି । କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦ କରିବା ଏବଂ ସମସ୍ତ କୃଷକ ବିରୋଧି କୃଷି ଆଇନକୁ ରଦ୍ଦ କରିବା ଦାବିରେ ଆଜି ଦେଶ ତମାମ ଚକାଯାମ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସହର ତଥା ଜିଲ୍ଲାରେ ରାସ୍ତାରୋକ ଆନ୍ଦୋଳନ ସଂଗଠିତ ହୋଇଛି । ଏହି ଆନ୍ଦୋଳନରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଜିଲ୍ଲା ଆବାହକ ଗୟାଧର ଧଳ, ରମଣୀ ରଞ୍ଜନ ରାଉତରାୟ, ଫକିର ଚରଣ ଖଟୁଆ, ଅକ୍ରୁର ପଲାଇ, ପ୍ରକାଶ ଚନ୍ଦ୍ର ମଲିକ ନେତୃତ୍ୱ ନେଇଥିବା ବେଳେ ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୁର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, କୃଷକ କଂଗ୍ରେସର ନେତା ପ୍ରଫୁଲ୍ଲ ଦାସ, ସିଟୁର ଜିଲ୍ଲା ସଂପାଦକ ଜଗତ ଜୀବନ ଦାସ, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ଓଡିଶା କୃଷକ ସଭାର ଜିଲ୍ଲା ନେତା ବିଜୟ ଦାସ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ଆଦିକନ୍ଦ ରାଉଳ, ନିଖିଳ ଉତ୍କଳ ଚାଷୀ ମୂଲିଆ ସଂଘର ଜିଲ୍ଲା ସଂପାଦକ ବିଧୁଭୂଷଣ ମହାପାତ୍ର, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଆବାହକ ଦାଶରଥୀ ସାହୁ, କୃଷକ ନେତା ଦୋଳଗୋବିନ୍ଦ ସାହୁ, ନରୋତମ ପାର୍ଥସାରଥୀ, ଉଦୟଭାନୁ ସାହୁ, ବାବୁଲି ଲେଙ୍କା, ସୁହାନା ବେଗମ ପ୍ରମୁଖ ନେତୃତ୍ୱ ନେଇଥିଲେ । ୩ଘଣ୍ଟା ଧରି ଚାଲିଥିବା ଏହି ଆନ୍ଦୋଳନରେ ହଜାର ହଜାର ଟ୍ରକ, ବସ ଓ ଅନ୍ୟାନ୍ୟ ଗାଡି ଛିଡାହୋଇ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ