ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ନାନରେ ପ୍ରତିବାଦ ସପ୍ତାହ

ନାଉଗାଁ, (ଓ୍ବାଇଏନ୍ଏସ୍) : ତିନି କଳା କୃଷି ଆଇନ ଓ ବିଦ୍ୟୁତ ଆଇନ ୨୦୨୦ ବାତିଲ, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରିବା, ଉତରପ୍ରଦେଶର ଲକ୍ଷ୍ମୀପୁର ଖେରିରେ କୃଷକମାନଙ୍କୁ ହତ୍ୟା କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଅକ୍ଟୋବର ୨୬ ରୁ ନଭେମ୍ବର ୧ ପର୍ଯ୍ୟନ୍ତ ସାରା ଦେଶରେ ପ୍ରତିବାଦ ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏଆଇକେକେଏମଏସ ସଂଗଠନର ନାଉଗାଁ ବ୍ଲକ କମିଟି ସଭାପତି ମହେଶ୍ୱର ଦାସଙ୍କ ନେତୃତ୍ୱରେ ଜାମୁଗାଁ ପଂଚାୟତର କଂଟୁଣିଆସ୍ଥିତ ଦଣ୍ଡାସାହିରେ ମଙ୍ଗଳବାର ପାଳନ କରାଯାଇଛି । ପ୍ରଥମେ କୃଷକ ଆନ୍ଦୋଳନରେ ଶହିଦ ହୋଇଥିବା କୃଷକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଂଗଠନର ରାଜ୍ୟ କମିଟି ସଦସ୍ୟ ସୁବାସ ସ୍ୱାଇଁ ୩ କଳା କୃଷି ଆଇନ, ବିଦ୍ୟୁତ ଆଇନ ଓ କୃଷକ ଆନ୍ଦୋଳନ ସଂର୍ପକରେ ମତବ୍ୟକ୍ତ କରିବା ସହିତ ଆସନ୍ତା ୧ ତାରିଖରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ଇନ୍‌ଚାର୍ଜ ଅଜିତ କୁମାର କାଣ୍ଡି, ବାବାଜୀ କାଣ୍ଡି, କାଳନ୍ଦୀ ସେଠୀ, ବାଇଧର ଦାସ, ପର୍ଶୁରାମ ଜେନା, ଗଣେଶ ବେହେରା, ସୁଶୀଲ ଦାସ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ