ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦୀ ଶାହାଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାରତରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, କୃଷକ ଗଣହତ୍ୟା. କୃଷକ ଓ ଶ୍ରମିକ ବିରୋଧୀ ଆଇନ, ଉତ୍କଟ ମୂଲ୍ୟ ବୃଦ୍ଧି, କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ମହିଳାମାନଙ୍କ ବିରୋଧରେ ହିଂସା, ଆକ୍ରମଣ ପ୍ରଭୃତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦାୟୀ । ଏମାନେ ହେଉଛନ୍ତି ଦେଶ ଏବଂ ଦେଶବାସୀଙ୍କ ପାଇଁ ଅଶୁଭ ଶକ୍ତି । ତେଣୁ ଶନିବାର ଦଶହରା ଦିନ ପ୍ରତିବାଦ ସ୍ୱରୂପ ଏହି ଅଶୁଭ ଶକ୍ତିଙ୍କ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଦୁଇଜଣଙ୍କ କୁଶପୁତଳିକା ସାରା ଦେଶରେ ପୋଡାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସହରର ତିନିମୁହାଣି ଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୋଦୀ, ଅମିତ ଶାହା ଏବଂ ଯୋଗୀଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ଆନ୍ଦୋଳନରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳ, ନିଖିଳ ଉତ୍କଳ ଚାଷୀ ମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆ, ଏଆଇକେଏସର ଜିଲ୍ଲା ନେତା ଆଦିକନ୍ଦ ରାଉଳ, ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ଏଆଇକେକେଏମଏସ ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ଓଷ୍ଟାର ପୂର୍ବତନ ରାଜ୍ୟ ସମ୍ପାଦକ ତ୍ରୈଲୋକ୍ୟନାଥ ସ୍ୱାଇଁ, ବରିଷ୍ଠ ଶ୍ରମିକ ନେତା ମାଧବ ଦାସ, ହୀରାମଣି ରାଉତ, ଜୟନ୍ତୀ ଜେନା, ପ୍ରହଲ୍ଲାଦ ନାୟକ, ପ୍ରଗତି ବାଳା ନାୟକ, ପ୍ରଫୁଲ୍ଲ ସ୍ୱାଇଁ, ସୈାମ୍ୟାଶ୍ରୀ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ