ସଂଯୁକ୍ତ କିସାନ ମୋର୍ଚ୍ଚାର ପ୍ରତିବାଦ ଆନ୍ଦୋଳନ ଆଜି
ବାଲେଶ୍ୱର, (ସରୋଜ ପଣ୍ଡା) : ଲକ୍ଷୀପୁର ଖେରିରେ ଆନ୍ଦୋଳନରତ କୃଷକଙ୍କୁ ଗାଡ଼ି ଚପାଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତଙ୍କ ପିତା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଓ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ସୋମବାର ୧୮ ତାରିଖରେ ରାଷ୍ଟ୍ରବ୍ୟାପୀ ହେବାକୁ ଯାଉଥିବା ଆନ୍ଦୋଳନକୁ ବାଲେଶ୍ୱରରେ ସଫଳ କରିବାକୁ ସଂଯୁକ୍ତ କିସାନ ମୋର୍ଚ୍ଚାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ତେବେ ରାଜ୍ୟ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ରେଳରୋକ କରାଯାଉଥିଲେ ବି ବାଲେଶ୍ୱର ରେଳ ଷ୍ଟେସନ ବାହାରେ କେବଳ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ମୋର୍ଚ୍ଚାର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହାକୁ ସଫଳ କରିବା ପାଇଁ ସେମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ପ୍ରତିବାଦ ସଭା ଅପରାହ୍ନ
ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି ।