ସଂଯୋଗ ନଥାଇ ମଧ୍ୟ ବିଦ୍ୟୁତ ବିଲ ଲଗାଯିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ହାଟଡ଼ିହି, (ବିକାଶ ବିଶ୍ୱାଳ):ପାଣି ପଞ୍ଚାୟତକୁ ବିଦ୍ୟୁତ ସଂଯୋଗ ନଦିଆଯାଇ ମଧ୍ୟ ବିଲ ଆସିବାକୁ ନେଇ ଚାଷୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଶିଖରେଶ୍ୱର ପାଣି ପଞ୍ଚାୟତ ଓ ଜଗନ୍ନାଥ ପାଣି ପଞ୍ଚାୟତ ନାମରେ ଦୁଇଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ଗତ ଫେବୃୟାରୀ ମାସରେ ଏହାର କାମ ସମ୍ପୁର୍ଣ୍ଣ ହେବାପରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ପହଞ୍ଚି ଠିକାଦାରଙ୍କ ଉପସ୍ଥିତିରେ ବିଦ୍ୟୁତ ସଂଯୋଗ ଦେଇ ଏହାକୁ ପରୀକ୍ଷା କରିବାପରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ଚାଲି ଯାଇଥିଲେ । ଆଜି ପର୍ଯ୍ୟନ୍ତ ଏହି ଉଠା ଜଳସେଚନ ପ୍ରକଳ୍ପ ଚାଲି ନଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଯାକ ପାଣିପଞ୍ଚାୟତର ପ୍ରକଳ୍ପ ଚାଲିଥିବା ଦର୍ଶାଯାଇ ୪୦୫ ୟୁନିଟ ବାବଦକୁ ୨୭୦୯ ଟଙ୍କାର ବିଲ ଆସିଛି । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏନେଇ ଆଜି ଚାଷୀମାନେ ବିଭାଗୀୟ ଯନ୍ତ୍ରୀ ଓ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବର୍ତ୍ତମାନ କରୋନା ମହାମାରୀ ସମୟରେ ଚାଷୀମାନେ ଅର୍ଥାଭାବରୁ ଠିକ ଭାବରେ ଚାଷ କାମ କରିପାରୁ ନଥିବା ବେଳେ ଏହା ସେମାନଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଷ ହୋଇଛି । ଏଣୁ କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବିଦ୍ୟୁତବିଲ ଛାଡ କରିବାକୁ ପ୍ରାଣବଲ୍ଲବ ବିଶ୍ୱାଳ, ଧୁସାଶନ ବିଶ୍ୱାଳ, ସଞ୍ଜିବ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ଶଶିକାନ୍ତ ବିଶ୍ୱାଳ, ଶିଶିର କୁମାର ବିଶ୍ୱାଳ, ପ୍ରଭାତ ସ୍ୱାଇଁ, ଅଶ୍ରୁମୋଚନ ବିଶ୍ୱାଳ, ସୁଧିର ବିଶ୍ୱାଳ, ଅର୍ଜୁନ ଚରଣ ବିଶ୍ୱାଳ, ଲଳିତ ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ, ମାନସ ବିଶ୍ୱାଳ, ଗୋପ କୁଅଁର, ଘନଶ୍ୟାମ ବିଶ୍ୱାଳ, ସୁବାସ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ