ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି

ନିମାପଡ଼ା, ( ସନ୍ତୋଷ ଦାଶ) ତ୍ରିସ୍ତରୀୟ ନିର୍ବାଚନ ପାଇଁ ନିମାପଡା ପଞ୍ଚାୟତ ସମିତି ର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ୱାଡସଭ୍ୟ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସମଗ୍ର ନିମାପଡା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜାରୀ ନୋଟିସ ରୁ ଜଣାପଡିଛି ଯେ, ନିମାପଡା ବ୍ଲକରେ ସମୁଦାୟ ୩୨ଟି ପଞ୍ଚାୟତ ରହି ଥିବାବେଳେ ୪ ଟି ଜିଲ୍ଲା ପରିଷଦ ସିଟ୍ ରହିଛି ( ନମ୍ୱର ୧୮ ,୧୯, ୨୦, ୨୧) । ୮ଟି ପଞ୍ଚାୟତ କୁ ନେଇ ଗଠିତ ୧୮ ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ପଛୁଆବର୍ଗ ଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୯ଟି ପଞ୍ଚାୟତକୁ ନେଇ ଗଠିତ ୧୯ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ମଧ୍ୟ ପଛୁଆ ବର୍ଗ ଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୮ ଟି ପଞ୍ଚାୟତ କୁ ନେଇ ଗଠିତ ୨୦ ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ଅନୁସୂଚିତ ଜାତି ଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୭ ଟି ପଞ୍ଚାୟତକୁ ନେଇ ଗଠିତ ୨୧ ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ପଛୁଆ ବର୍ଗ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ନିମାପଡା ବ୍ଲକ ର ଭିଲିଗ୍ରାମ ପଞ୍ଚାୟତ ଟି ରେ ସର୍ବାଧିକ ୧୦ ହଜାର ୪୨୧ ଭୋଟର ରହିଥିବା ବେଳେ ସବୁ ଠାରୁ ଛୋଟ ପଞ୍ଚାୟତ ହେଉଛି ରଟିଲୋ । ଏହି ପଞ୍ଚାୟତ ରେ ସମୁଦାୟ ୩ ହଜାର ୩୧୪ ଭୋଟର ରହିଛନ୍ତି। ସମୁଦାୟ ୧୫ ଟି ପଞ୍ଚାୟତ ର ସରପଞ୍ଚ ପଦବୀ ଅଣ ସଂରକ୍ଷିତ ( ୯- ପୁରୂଷ,୬- ମହିଳା) ରହିଥିବାବେଳେ ୭ ଟି ପଞ୍ଚାୟତ ର ସରପଞ୍ଚ ପଦବୀ ଅନୁସୂଚିତ ଜାତି, ୮ ଟି ପଞ୍ଚାୟତ ର ସରପଞ୍ଚ ପଦବୀ ପଛୁଆ ବର୍ଗ ( ଓ ବି ସି) ଙ୍କ ପାଇଁ ସଂରକ୍ଷିତ ରହିଛି। କେଉଁ ପଞ୍ଚାୟତ ର ସରପଂଚ, ସମିତିସଭ୍ୟ ପଦବୀ କେଉଁ ବର୍ଗ ପାଇଁ ସଂରକ୍ଷିତ ରହିଛି ସ୍ପଷ୍ଟ ତାଲିକା ମିଳୁ ନଥିବାରୁ ସଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ରେ ପ୍ରଦର୍ଶିତ ହୋଇଥିବା ତାଲିକାରେ ତାଳମେଳ ରହି ନଥିବାରୁ ନିର୍ବାଚନ ଦାୟିତ୍ବରେ ଥିବା ବ୍ଲକ ଅଧିକାରୀଙ୍କ କାର୍ଯ୍ଯଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ପୁରୀ ଜିଲ୍ଲାପାଳ ତୁରନ୍ତ ଠିକ ତାଲିକା ସବୁ ପଞ୍ଚାୟତ କାର୍ଯ୍ୟାଳୟ ରେ ଯେପରି ଟଙ୍ଗା ଯାଇପାରିବ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବନ ବିହାରୀ ଦାଶ, ହରେକୃଷ୍ଣ ବେହେରା, ଅଞ୍ଜ ନାୟକ ପ୍ରମୁଖ ଦାବି କରିଛନ୍ତି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସମଗ୍ର ନିମାପଡା ନିର୍ବାଚନମଣ୍ଡଳୀ ରେ ରାଜନୈତିକ ବାତାବରଣ ବେଶ୍ଉ ଷ୍ମ ହୋଇ ଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ