ସଂରକ୍ଷିତ ଚିଠା ତାଲିକାକୁ ନେଇ ବିଜେପି ନେତାଙ୍କ ଧାରଣା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାଉଗାଁ ବ୍ଳକର ୧୬ଟି ପଂଚାୟତ ପାଇଁ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ସଂରକ୍ଷିତ ଚିଠା ତାଲିକା ପ୍ରକାଶ ପାଇଛି । ଏଥିରେ ଜାମୁଗାଁ ଗ୍ରାମ ପଂଚାୟତର ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଥିବା ବେଳେ ସେହି ପଂଚାୟତ(ଆଂଶିକ) ୪ନମ୍ବର ୱାର୍ଡ ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଛି । ଯାହାକୁ ପ୍ରତିବାଦ କରି ବିଜେପି ନେତାମାନେ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସି ରହିଥିଲେ । ତାଙ୍କ ଦାବି ମୁତାବକ ଉକ୍ତ ଗ୍ରାମ ପଂଚାୟତରେ କୌଣସି ଅନୁସୂଚିତ ଜନଜାତିର ଲୋକମାନେ ବସବାସ କରୁନାହାନ୍ତି । କେଉଁ ଆଧାରରେ ଉକ୍ତ ପଦବୀ ଗୁଡିକ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ କରାଗଲା । ଯଦି ସେମାନେ ବସବାସ କରୁଛନ୍ତି ସେମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି କରିଥିଲେ । ଧାରଣାସ୍ଥଳରେ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକ ପହଁଚି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହିତ ଚୁଡନ୍ତା ତାଲିକା ପ୍ରକାଶିତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପ୍ରତିଶୃତି ଦେବାରୁ ଧାରଣାରତ ମାନେ ଧାରଣାରୁ ଓହରିଥିବା କହିଛନ୍ତି । ଧାରଣାସ୍ଥଳରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ଜାମୁଗାଁ ସରପଂଚ ଲଲାଟେନ୍ଦୁ ପରିଡା, ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନାଙ୍କ ସହିତ ୨୦ରୁ ଉର୍ଦ୍ଧ କର୍ମୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ