ସଂରକ୍ଷିତ ଜମିକୁ ଜବରଦଖଲ ମୁକ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ବଗଡା ମୈାଜାର ଖାତା ନଂ ୧୪୪୮ ପ୍ଲଟ ନମ୍ବର ୨୯୭୪ ଜମିଟି ମିଶନ ଶକ୍ତି ଗୃହପାଇଁ ସଂରକ୍ଷିତ ଥିବାବେଳେ ସଂପୃକ୍ତ ଜମିକୁ ସେହି ଗ୍ରାମର ପ୍ରମୋଦ କୁମାର ସାହୁ ନାମକ ଜନୈକ ବ୍ୟକ୍ତି ଅବରୋଧ କରି ରଖିଥିବାରୁ ସରକାରୀ ଅନୁଦାନ ମଞ୍ଜୁର ପରେ ବି ମିଶନ ଶକ୍ତି ଗୃହ ନିର୍ମାଣ ହୋଇପାରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବଗଡା ପଞ୍ଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ପକ୍ଷରୁ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ହେବାପରେ ସେ ଗତ ତା.୧୭.୦୮.୨୦୨୧ ଏବଂ ଗତ ତା.୨୧.୦୯.୨୦୨୧ରିଖରେ କେନ୍ଦ୍ରାପଡା ତହସିଲଦାରଙ୍କୁ ୨ଟି ପତ୍ର ଲେଖି ସମ୍ପୃକ୍ତ ସଂରକ୍ଷିତ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଏବଂ ସମ୍ପୃକ୍ତ ଜମିର ଚର୍ତୁପାଶ୍ୱର୍ ସୀମା ନିଦ୍ଧାରଣ କରିବା ପାଇଁ ଜଣାଇଥିଲେ । ତହସିଲଦାରଙ୍କ ନିର୍ଦେଶ କ୍ରମେ ବଗଡା ସର୍କଲର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସମ୍ପୃକ୍ତ ଜମିକୁ ପ୍ରମୋଦ କୁମାର ସାହୁ ନାମକ ବ୍ୟକ୍ତି ଅବରୋଧ କରି ତା’ ଉପରେ ଏକ କାନ୍ଥ ନଥିବା ଘଷିଘର କରିଥିବା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଅଦ୍ୟାବଧି ସେହି ସଂରକ୍ଷିତ ଜମିକୁ ଜବରଦଖଲ ମୁକ୍ତ କରାଯାଉନଥିବାରୁ ପଞ୍ଚାୟତ ମିଶନ ଶକ୍ତି ଗୃହପାଇଁ ମଞ୍ଜୁର ହୋଇଥିବା ଅନୁଦାନରେ ଗୃହ ନିର୍ମାଣ ହୋଇପାରୁନାହିଁ ବୋଲି ରୂପବତୀ ଧଳ, ଝରାବତୀ ସାହୁ, ବିନୋଦିନୀ ବେହେରା, ସସ୍ମିତ ବାରିକ, ସୁକାନ୍ତି ସାହୁ, ଶାନ୍ତିଲତା ବେହେରା, ପ୍ରମିଳା ପରିଡା, ସସ୍ମିତା ପୃଷ୍ଟି, ରେବତୀ ସାହୁ, ଅନ୍ନପୂର୍ଣ୍ଣା ପରିଡା ପ୍ରମୁଖ ବଗଡା ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ