ସଂରକ୍ଷିତ ଜୀବନ’ ଉପରେ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ପ୍ରୋଟେକ୍ସନ ଫର୍ ଡ଼େମୋକ୍ରାଟିକ୍ ହ୍ୟୁମାନ୍ ରାଇଟ୍ସ୍ ଇଣ୍ଡିଆ, ଆଇ.ଏମ୍.ଇ.ଜେ. ଟ୍ରଷ୍ଟ ଏବଂ ପେସ୍ ଏକାଡ଼େମୀ ମିଳିତ ଆନୁକୂଲ୍ୟରେ ବିଶ୍ୱ ମାନବ ହିତ ଦିବସ ପାଳିତ ହୋଇଯାଇଛି । ପ୍ରୋଟେକ୍ସନ ଫର୍ ଡ଼େମୋକ୍ରାଟିକ୍ ହ୍ୟୁମାନ ରାଇଟ୍ସ ଇଣ୍ଡିଆର କେନ୍ଦ୍ର ସଚିବ ଳିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ଭୁବେନଶ୍ୱରସ୍ଥିତ ମାଉସୀ ମା’ ମନ୍ଦିର ନିକଟସ୍ଥ ରାମେଶ୍ୱର ପାର୍କଠାରୁ ବିନ୍ଦୁ ସାଗର ପର୍ଯ୍ୟନ୍ତ ‘ସଂରକ୍ଷିତ ଜଳ, ସଂରକ୍ଷିତ ଜୀବନ’ ଉପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରୋଟେକ୍ସନ ଫର୍ ଡ଼େମୋକ୍ରାଟିକ୍ ହ୍ୟୁମାନ୍ ରାଇଟସ୍ ଅଫ୍ ଇଣ୍ଡିଆ, ଓଡ଼ିଶାର ସଭାପତି ଗଦାଧର ଦାସ, ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ଏବଂ ପେସ୍ ଏକାଡ଼େମୀର ମୁଖ୍ୟ ପ୍ରସନ୍ନ ଚୌଧୁରୀ ପ୍ରମୁଖ ଯୋଗଦେଇ ସଂରକ୍ଷିତ ଜଳ, ସଂରକ୍ଷିତ ଜୀବନ ଉପରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିବେକାନନ୍ଦ ବିଶ୍ୱାଳ, ବର୍ଷା ପ୍ରିୟଦର୍ଶିନୀ ନାଥ, ଶକ୍ତିପ୍ରସାଦ ସାହୁ ପ୍ରମୁଖ ପରି•ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ