ସଂଶୋଧିତ ଗ୍ରେଡ୍ ପେ ପ୍ରଦାନ ନିମନ୍ତେ ପ୍ରାଥମିକ ଶିକ୍ଷକ ସଂଘର ସ୍ମାରକ ପତ୍ର ପ୍ରଦାନ ନିଷ୍ପତି

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗ୍ରେଡ୍ ପେକୁ ସଂଶୋଧନ କରି ସଂଶୋଧିତ ହାରରେ ଦରମା ପ୍ରଦାନ କରିବା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ଆଜି ନିଷ୍ପତି ଗ୍ରହଣ କରିଛନ୍ତି I ଆଜି ସଂଘ ପକ୍ଷରୁ ଝାଙ୍କରାଇ ମନ୍ଦିର ପ୍ରାଙ୍ଗଣରେ ସଂଘ ସଭାପତି ବସନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏକ ବୈଠକରେ ୨୦ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକାଠି ହୋଇ ୪୨୦୦ ଗ୍ରେଡ୍ ପେ ବଦଳରେ ୨୮୦୦ ଗ୍ରେଡ୍ ପେ ପ୍ରଦାନ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ I ତେଣୁ ଖୁବ୍ ଶୀଘ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା ପ୍ରକାରେ ୨୦ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୪୨୦୦ ଗ୍ରେଡ୍ ପେ ପ୍ରଦାନ କରିବା ପାଇଁ ବୈଠକରେ ଦାବି ହୋଇଥିଲା I ଆଜିର ବୈଠକକୁ ଶିକ୍ଷକ ସଂଘ ସମ୍ପାଦକ ବାଳକୃଷ୍ଣ ସାବତ,ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ,ଉପଦେଷ୍ଟା ସମୀର କୁମାର ଜେନା ପରିଚାଳନା କରିଥିଲେ I ବୈଠକରେ ଶିକ୍ଷକ ବିଷ୍ଣୁ ପ୍ରସାଦ ବେହେରା,ସୁରେଶ ଚନ୍ଦ୍ର ମହାପାତ୍ର,ଯୋଗୀନ୍ଦ୍ର ପଟ୍ଟନାୟକ,ଶ୍ରୀନୀବାସ ବେହେରା, ଭଗବାନ ସାହୁ,ମାନସ ରଞ୍ଜନ ଶତପଥି,ଶତୃଘ୍ନ ସେଠୀ, ଆଦିତ୍ୟ ପ୍ରସାଦ ଜେନା,ଶିକ୍ଷୟିତ୍ରୀ ସ୍ୱପ୍ନା କୁମାରୀ ଖଡଗରାୟ,ବାସନ୍ତୀ ବିଷୋୟୀ,ନମିତା କର,ଭାଗ୍ୟଲତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ