ସଂସଦରେ ପାରିତ କୃଷି ବିଲ୍‌କୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର,(ୱାଇଏନ୍ଏସ୍): ସେପ୍ଟେମ୍ବର ୨୦ ସଂସଦରେ ପାରିତ କୃଷି ବିଲ୍‌କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ଏହି ବିଲ୍ ଐତିହାସିକ ବୋଲି କହିଛନ୍ତି । ଏହି କୃଷି ବିଲ୍ ସଂସଦରେ ପାରିତ ହୋଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି କୃଷକ ଏବଂ ଉତ୍ପାଦନ ବାଣିଜ୍ୟ ଏବଂ ବ୍ୟବସାୟ (ପଦୋନ୍ନତି ଏବଂ ସୁବିଧା) ବିଲ୍‌ ୨୦୨୦ ଏବଂ କୃଷି ସେବା ବିଲ୍ ୨୦୨୦ କୃଷକମାନଙ୍କ ଉତ୍ପାଦିତ ମୂଲ୍ୟକୁ ନିଶ୍ଚିତ କରିବ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ବଜାରରେ ବିକ୍ରି କରିବା ପାଇଁ ସହାୟକ ହେବ । ଚାଷୀଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବ । ଏହି ବିଲ୍ କୃଷକଙ୍କୁ ସଶକ୍ତ କରିବା ସହ କୃଷି ଭିତିଭୂମିକୁ ମଜବୁତ୍‌ କରିବ ଏବଂ ଚାଷୀଙ୍କ ପାଇଁ ନୂଆ ବଜାର ସୃଷ୍ଟି ହେବ । ପାରିତ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ । ଏହି ବିଲ୍ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତନ ଆଣିବ । ଦେଶର ଚାଷୀଙ୍କ ଆୟ ବଢିବ ଏବଂ ସେମାନଙ୍କ ଜୀବନରେ ସୁପ୍ରଭାବ ପକାଇବ ଶ୍ରୀ ପ୍ରଧାନ କହିଛନ୍ତି । ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ୱାଧୀନତା ପାଇବେ ଏବଂ ଏମ.ଏସ.ପି ବ୍ୟବସ୍ଥା କାରଣରୁ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ ହେବେ । କୃଷକମାନଙ୍କ ଉତ୍ପାଦିତ ମୂଲ୍ୟକୁ ନିଶ୍ଚିତ କରିବ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ବଜାରରେ ବିକ୍ରି କରିବା ପାଇଁ ସହାୟକ ହେବ । କୃଷକ ମାନଙ୍କର କୃଷିଜାତ ଦ୍ରବ୍ୟ ବିକ୍ରୟରେ ମଧ୍ୟସ୍ଥି ଓ ଦଲାଲ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ନୂଆ ନିୟମ ଚାଷୀ ଓ ଚାଷୀ ବ୍ୟବସାୟୀଙ୍କ ମାନଙ୍କୁ ଅବାଧ ଓ ମୁକ୍ତ ଭାବରେ କୃଷି ଉତ୍ପାଦନ କ୍ରୟ ଓ ବିକ୍ରୟର ସୁବିଧା ଦେବ । ନିଯୁକ୍ତି ସୃଷ୍ଟି କରିବା ସହ ଅର୍ଥନୀତିକୁ ମଜବୁତ୍ କରିବ । ଏହି ବିଲ୍ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ମାନଙ୍କୁ ସେମାନଙ୍କ କୃଷି ଉତ୍ପାଦକୁ ନିଜେ ସିଧାସିଧା ବିନା ମଧ୍ୟସ୍ଥିରେ ଅଧିକ ପଇସା ରୋଜଗାର କରିବାର ଏକ ପ୍ଲାଟଫର୍ମ ଯୋଗାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ