ସଂସଦରେ ହଟହଟା ହେଲେ ଅନୁରାଗ ଠାକୁର
ନୂଆଦିଲ୍ଲୀ:- ଲୋକସଭାରେ ଆଜି ବିରୋଧୀଦଳ ନେତାମାନଙ୍କ ପ୍ରତିବାଦସୂଚକ ଚିତ୍କାର ମଧ୍ୟରେ ଅନୁରାଗ ଠାକୁର ଭାଷଣ ଦେଇଛନ୍ତି । ଗତ ସପ୍ତାହରେ ଦିଲ୍ଲୀରେ ଏକ ନିର୍ବାଚନ ରାଲିରେ ଅନୁରାଗ ଦେଇଥିବା ବିବାଦୀୟ ସ୍ଲୋଗାନ୍କୁ ବିରୋଧ କରି ବିରୋଧୀ ସାଂସଦମାନେ ପାଟିତୁଣ୍ଡ କରିଥିଲେ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଲିରେ କହିଥିଲେ \’ଦେଶର ପ୍ରତାରକମାନଙ୍କୁ ଗୁଳି ମାର.। ଏଥିପାଇଁ ଦିଲ୍ଲୀ ନିର୍ବାଚନ ପ୍ରଚାରରୁ ତାଙ୍କୁ ସାମୟିକ ଭାବେ ବିରତ କରାଯାଇଥିଲା । ସୋମାର ସକାଳେ ଅନୁରାଗ ଭାଷଣ ଦେବାକୁ ଉଠିବା ବେଳେ ବିରୋଧୀ ସାଂସଦମାନେ ଚିତ୍କାର କରିଥିଲେ: ଗୁଳି ମାରିବା ବନ୍ଦ କର । ରବିବାର ରାତିରେ ଜାମିଆ ବିଶ୍ୱବିଦ୍ୟାଳୟରେ ତୃତୀୟ ଗୁଳିକାଣ୍ଡ ଘଟିବା କଥାରେ ଲୋକସଭାରେ ବିରୋଧୀ ଦଳମାନେ ପ୍ରବଳ ପ୍ରତିବାଦ କରିଥିଲେ।