ସଂସଦୀୟ ଗଣତନ୍ତ୍ର ଓ ସଂବିଧାନର ସୁରକ୍ଷା ଉପରେ ଆଲୋଚନା
ଛତ୍ରପୁର : ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସିପିଆଇ ନେତା ସ୍ୱର୍ଗତ ଲକ୍ଷ୍ମଣ ମହାପାତ୍ରଙ୍କ ୩୬ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଶତାଧୀକ ସିପିଆଇ କର୍ମୀମାନେ ଏକ ଶୋଭାଯାତ୍ରା ରେ ବାହାରି ପାଲିଆଛତ୍ରପୁର ନିକଟ ଶ୍ମଶାନ ଠାରେଥିବା ସ୍ୱଗର୍ତ ଲକ୍ଷଣ ମହାପାତ୍ରଙ୍କ ସମାଧୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ଲକ୍ଷ୍ମଣ ଭବନ ଠାରେ ସିପିଆଇ ରାଜ୍ୟନେତା ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିିତ ହୋଇଥିଲା । ଏହି ଅବସରରେ “ସଂସଦୀୟ ଗଣତନ୍ତ୍ର ଓ ସଂବିଧାନର ସୁରକ୍ଷା “ଉପରେ ଆଲୋଚନା ଚକ୍ର” ଅନୁଷ୍ଠିତ ହୋଇଥିଲା । ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳି ସଦସ୍ୟ ଏନ.ନାରାୟଣ ରେଡ୍ଡୀ , ସିପିଆଇ ଗଂଜାମ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ, ଜିଲ୍ଲାକାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ପଣ୍ଡା, ଛତ୍ରପୁର ଜୋନାଲ ସଂପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ସହ-ସାଂପଦକ ଡି.ଆଦିନାରାୟଣ ରେଡ୍ଡୀ.ଗଂଜାମ ଜୋନାଲ୍ ସଂପାଦକ ବୃନ୍ଦାବନ ପଲେଇ,ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ , ସହ-ସଂପାଦକ ଗୁରୁନାଥ ପ୍ରଧାନ ଓ ଏନ୍.ଗିରିଜା ପ୍ରସାଦ ରେଡ୍ଡୀ, ଅବସରପ୍ରାପ୍ତ ଆଇଆରଇ କର୍ମଚାରୀ ଅଜୟ ମହାପାତ୍ର, ଛାତ୍ରସଂଘର ଜିଲ୍ଲାସଭାପତି କାମଦେବ ନାହାକ, ନବୀନ ମହାନ୍ତି ,ସିକନ୍ଦର ଖାଁ, ଆର୍.ଶହଦେବ ରେଡ୍ଡୀ, ଏସ୍.ତ୍ରିନାଥ ରେଡ୍ଡୀ, ପୂର୍ବତନ ସରପଞ୍ଚ ଦୁର୍ଯ୍ୟାଧନ ପରିଡା, ମାଗୁଣୀ ବିଷୋୟୀ, ଙ୍କ ସମେତ ବହୁ ସିପିଆଇ କର୍ମିମାନେ ଯୋଗଦେଇ ସ୍ୱର୍ଗତ ମହାପାତ୍ରଙ୍କ ଗୁଣଗାନ କରିଥିଲେ ।