ସଂସଦ କମିଟିରେ ସାମିଲ ହେଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ମୋଦି ସରକାର ସଂସଦର କିଛି କମିଟି ସମ୍ପର୍କରେ ଗତକାଲି ଘୋଷଣା କରିଛନ୍ତି । ଏହି କମିଟିରେ ଶାସକ ଓ ବିରୋଧୀ ଉଭୟ ଦଳର ନେତାଙ୍କୁ ସାମିଲ କରାଯାଇଛି । ସେଥିମଧ୍ୟରୁ କଂଗ୍ରେସ ପାର୍ଟି ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ସଂସଦର ଏକ କମିଟିରେ ସାମିଲ କରିଛି । ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲା ସଂକ୍ରାନ୍ତୀୟ କମିଟିର ଅଧ୍ୟକ୍ଷ ହୋଇଛନ୍ତି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା । ସେହିପରି ଜୟନ୍ତ ସିହ୍ନା ଅର୍ଥ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ବୈଦେଶିକ ମାମଲାରେ ପିପି ଚୌଧୁରୀଙ୍କୁ କମିଟି ଅଧ୍ୟକ୍ଷ କରାଯାଇଛି । ରକ୍ଷା ସଂକ୍ରାନ୍ତୀୟ କମିଟିରେ ବିଜେପି ସାଂସଦ ଜୁଏଲ ଓରାମ ଅଧ୍ୟକ୍ଷ ହୋଇଛନ୍ତି । ରାହୁଲ ଗାନ୍ଧିଙ୍କୁ ଏହି କମିଟର ସଦସ୍ୟ କରାଯାଇଛି । ବିଜେପିର ରାଜ୍ୟସଭା ସାଂସଦ ଟିଜି ଭେଙ୍କେଟେଶଙ୍କୁ ପରିବହନ, ପର୍ଯ୍ୟଟନ ଓ ସଂସ୍କତି କମିଟିର ଅଧ୍ୟକ୍ଷ କରାଯାଇଛି । ସାମାଜିକ ନ୍ୟାୟ ଉପରେ ଗଠିତ ସଂସଦୀୟ କମିଟିର ଚେୟାରମ୍ୟାନ ହାଇଛନ୍ତି ସାଂସଦ ରମା ଦେବୀ । କଂଗ୍ରେସର ରାଜ୍ୟସଭା ସାଂସଦ ଜୟରାମ ରମେଶଙ୍କୁ ବିଜ୍ଞାନ, ଟେକ୍ନୋଲାଜି, ପର୍ଯ୍ୟାବରଣ ଜଙ୍ଗଲ ମାମଲା କମିଟିର ଅଧ୍ୟକ୍ଷ କରାଯାଇଛି । ବାଣିଜ୍ୟ ମାମଲାରେ କମିଟିର ଅଧ୍ୟକ୍ଷ ହୋଇଛନ୍ତି ବି.ବିଜୟସାୟ ରେଡୀ । ଡ.ସତ୍ୟନାରାୟଣ ଜଟିଆଙ୍କୁ ମାନବ ସଂଶୋଧନ ବିକାଶ ମାମଲା କମିଟିର ଅଧ୍ୟକ୍ଷ କରାଯାଇଛି । ଡ.କେଶବ ରାଓ ଉଦ୍ୟୋଗ ମାମଲା କମିଟିର ଅଧ୍ୟକ୍ଷ ହୋଇଛନ୍ତି । ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କମିଟି ଅଧ୍ୟକ୍ଷ କରାଯାଇଛି । କୃଷି ମାମଲାରେ କମିଟି ଅଧ୍ୟକ୍ଷ ହାଇଛନ୍ତି ବିଜେପି ସାଂସଦ ପି.ସି ଗଦୀଗୋଦର । କଂଗ୍ରେସ ସାଂସଦ ଶଶି ଥରୁରୁଙ୍କୁ ସୂଚନା ଓ ପ୍ରଯୁକ୍ତି କମିଟିର ଅଧ୍ୟକ୍ଷ କରାଯାଇଛି । ଶକ୍ତି ମାମଲାରେ କମିଟି ଅଧ୍ୟକ୍ଷ ହୋଇଛନ୍ତି ରାଜୀବ ସିଂହ ।


