ସଂସଦ ଭବନ ପରିସରରେ ଉଜ୍ଜ୍ୱଳ ଆଲୋକ ସଜ୍ଜାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର, ୧୩ ଅଗଷ୍ଟ, ୨୦୧୯ରେ ସଂସଦ ଭବନ ପରିସରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାର ଉଦଘାଟନ କରିଛନ୍ତି । ଉଜ୍ଜ୍ୱଳ ଆଲୋକ ସଜ୍ଜାର କିଛି ଭାଗ ଦେଖିବା ଲାଗି ପ୍ରଧାନମନ୍ତ୍ରୀ ସେଠାରେ ଅଳ୍ପ ସମୟ ଅତିବାହିତ କରିଥିଲେ । ନର୍ଥ ବ୍ଲକ ଏବଂ ରାଷ୍ଟ୍ରପତି ଭବନ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଟ୍ଟାଳିକାରେ ଏପରି ଆଲୋକ ସଜ୍ଜା କରାଯାଇଛି । ଆଲୋକ ସଜ୍ଜା ଲୋକମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଛି । ନୂଆଦିଲ୍ଲୀର କେନ୍ଦ୍ରସ୍ଥଳୀରେ ଥିବା ଏହି ସରକାରୀ କୋଠାକୁ ଆସିବା ଲାଗି ସେମାନଙ୍କୁ ଉତ୍ସାହିତ କରୁଛି ।