ସଂସଦ ରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବୀ କଲେ ସାଂସଦ ଚନ୍ଦ୍ରାଣୀ ମୂର୍ମୁ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଆଜି ଲୋକସଭା ରେକେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଆଜି ଲୋକସଭା ରେ ଦାବୀଉପସ୍ଥାପନ ସହିତ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କଲେ ଦେଶର ସର୍ବକନିଷ୍ଠ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୂର୍ମୁ । ଆଜି ଶୂନ୍ୟ କାଳରେ ବିଶେଷ ଧ୍ୟାନଆକର୍ଷଣ ପ୍ରଶ୍ନ ରେ ସୁଶ୍ରୀ ମୂର୍ମୁ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର କରଞ୍ଜିଆ ନଗର ଏକ ପ୍ରମୁଖ ଅଞ୍ଚଳ ଅଟେ ଏବଂ ଅଞ୍ଚଳ ଟି ଅବହେଳିତ ଅଟେ ଏହା ମୟୁରଭଞ୍ଜ ଜିଲ୍ଳାରେ ଥିଲେ ମଧ୍ୟ କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଏହି ଅଞ୍ଚଳର ଅର୍ଦ୍ଧାଧିକ ଲୋକ ଆଦିବାସୀ ଅଟନ୍ତି । ଅଞ୍ଚଳ ଟି ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ହୋଇଥିଲେ ମଧ୍ୟ ଏଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ନାହିଁ । ଏଣୁ ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ, ଅଭିଭାବକ ଙ୍କ ସୁବିଧା ଦୃଷ୍ଟିରୁ କରଞ୍ଜିଆ ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିବାକୁ ବାଚସ୍ପତି ଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଦେଶର ସର୍ବକନିଷ୍ଠ କେନ୍ଦୁଝର ସାଂସଦ ଭାବେ ନିର୍ବାଚିତ ହେବାପରେ ସୁଶ୍ରୀ ଚନ୍ଦ୍ରାଣୀ ମୂର୍ମୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ କୁ ରେଳ ସଂଯୋଗ ପାଇଁ ସଂସଦ ରେ ଦାବୀ ଉପସ୍ଥାପନ କରିଥିଲେ ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ଦିଲ୍ଲୀ ଦରବାର ରେ ଦୃଢ଼ ଉପସ୍ଥାପନ କରି ଅଞ୍ଚଳ ର ଲୋକଙ୍କ ପ୍ରିୟ ପାତ୍ର ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଆଜି ଲୋକସଭା ରେ ସେ ଦାବୀ ଉପସ୍ଥାପନା କରିବା ପରେ କରଞ୍ଜିଆ ଅଞ୍ଚଳ ର ଜସନସାଧାରଣ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେଖିବାକୁ ବାକି ରହିଲା କେନ୍ଦ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରି କେବେ କରଞ୍ଜିଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତି ଗ୍ରହଣ କରୁଛନ୍ତି ।