ସଂସାର ଗଢିବା ଆଗରୁ ବିଧାତା ସାଜିଲା ବଇରି
(ଯୁଗାଦ୍ଧ ନ୍ୟୁଜ)କାଜଲ-ଗୋଡରୁ ଲିଭିନି ଅଳତା ହାତରୁ ଶୁଖିନି ମେହେନ୍ଦି ନବବଧୁ ପରି ସଜେଇ ହୋଇ ଆସିଥିଲା ଶାଶୁଘର କୁ ଆଉ ଘରେ ଚାଲିଥିଲା ଭୋଜିପାଇଁ ଚାଲିଥିଲା ଆୟୋଜନ ସମସ୍ତେ ହସ ଖୁସି ରେ ମଜାମଜଲିସ କରୁଥାନ୍ତି । ଘର ଖୁସିରେ ଫାଟି ପଡୁଥାଏ ।ଘରେ ଆନନ୍ଦ କହିଲେ ନସରେ ଆଉ ଏହି ସମୟ ରେ ହେଲା ବଜ୍ରାଘାତ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଲା ବର ର ବଧୁ ସମେତ ୫ ଜଣ ଗୁରୁତର ଆହତ ହେଲେ । ଏହି ଭଳି ଏକ ଅଭାବନୀ. ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ଟାଙ୍ଗିରିଆ ପାଳ କୋଠଘାଟି ସାହିରେ ଏହି ଗାଁ ର ନବ ବିବାହିତ ଯୁବକ ଜିତେନ୍ଦ୍ର ମୁର୍ମୁ ଙ୍କ ରିସେପସନ । ସାଙ୍ଗସାଥି ବନ୍ଧୁବାନ୍ଧବ ସାହି ପଡିଶା ଆସି ଉପସ୍ଥିତ ଥିଲେ । ଘରକୁ ନୁଆ ବହୁ ଆସିଛି ବୋଲି ସମସ୍ତେ ମସଗୁଲ ଥାନ୍ତି କେହି କିଛି ବୁଝିବା ଆଗରୁ ହଠାତ ହେଲା ବଜ୍ରାଘାତ । ବର ଜିତେନ୍ଦ୍ର ବଧୁ ମାଣି ସୁଲୋଚନା ମାମୁଁ ଫଗୁରାମ ସାନଭାଇ ମୁନା ଆଉ ଜଣେ ସର୍ମ୍ପକୀୟ ଗୁରୁତର ଆହତ ହୋଇଥିଲେ ତାଙ୍କୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତ କରାଯାଇଥିଲା । ସମସ୍ତ ଙ୍କ ଅବସ୍ଥା ଏବେ ସଙ୍କାଟାପଣର୍ଣ୍ଣ ଥିବା ବେଳେ ଡାକ୍ତର ଜିତେନ୍ଦ୍ର ମୁର୍ମୁ ଙ୍କ ମୃଡ୍ୟୁ ଘୋଷଣା କରିଥିଲେ ।


