ସଂସ୍କୃତି ଦିବସ ପାଳିତ
ଗଞ୍ଜାମ, (ବିନୋଦ ପଲାଇ):ପାଲୁର ଛକ ସ୍ଥିତ ସ୍ବାମୀ ବିବେକାନ୍ଦ ବିଦ୍ୟା ମନ୍ଦିର ରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ସଂସ୍କୃତ କହିଲେ ଆମେ ମୁଖ୍ୟତଃ ପାଠ୍ୟ ଖସଡ଼ା ର ଏକ ବିଷୟ କୁ ବୁଝାଇ ଥାଉ। କିନ୍ତୁ ଏହା ବହୁତ୍ ଦୁଃଖ ର ବିଷୟ ଯେ ସଂସ୍କୃତ କିଛି କାଗଜ ର ସମଷ୍ଟି ବହି ର ସୀମା ମଧ୍ୟ ରେ ସୀମିତ । ଭାରତ ବର୍ଷ ର ଆଦ୍ୟ ଭାଷା ରୂପେ ପରିଚିତ ସଂସ୍କୃତ ଭାଷା ଆଜି ଲୋପ ପାଇବାକୁ ଲାଗିଛି । ଜଦିଓବା କେହି ସଂସ୍କୃତ ଭାଷା କୁ ଅନୁସରଣ କରେ ତ ଆଧୁନିକ ସମାଜ ର ମଣିଷ ମାନେ ତାକୁ ପୁରୁଣାକାଳିଆ ଓ ନିଚ ଦେଖାଇବାରେ କୌଣସି କାସରତ ଛାଡନ୍ତି ନାହିଁ । ଦେବ ଭାଷା ରୂପେ ପରିଚିତ ଏହି ସଂସ୍କୃତ ଭାଷା କୁ ଆଗାମୀ ଦିନ ରେ ଅମର ରଖିବା ପାଇଁ ପାଲୁର୍ ଜଂସନ୍ ର ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଗୋଟିଏ ପାଦ ଆଗେକୁ ଆସି ସଂସ୍କୃତ ଦିବସ କୁ ସାଂସ୍କୃତିକ ରୂପେ ପାଳନ କରିଅଛି l ସେଠାକାର ଗୁରୁମା ଓ ଗୁରୁଜୀ ବୃନ୍ଦ ସଂସ୍କୃତ ଦିବସ ର ମହତ୍ତ୍ଵ ଓ ଭାଷା ର ଅବଦାନ ମାନବ ସମାଜ ରେ କିପରି ଏକ ମୁଖ୍ୟ ଅଂଶ ହୋଇଥାଏ ତାହା ଛାତ୍ର ଛାତ୍ରୀ ମାନଙ୍କୁ ସରଳିକୃତ କରିଥିଲେ।ପ୍ରଧାନ ଆଚାଯ୍ୟା ଶ୍ରୀମତୀ ସସ୍ମିତା ମହାରଥି ଓ ଅନ୍ୟ ଗୁରୂମା ଗୁରୁଜୀ ବୃନ୍ଦ ପ୍ରଥମେ ବିଦ୍ୟା ର ଦେବତା ପ୍ରଭୁ ଶ୍ରୀ ଗଣେଶ ଙ୍କୁ ସଂସ୍କୃତ ଶ୍ଳୋକ ରେ ଆରାଧନା କରି ସଂସ୍କୃତ ଦିବସ ର ସଭା କୁ ଆରମ୍ଭ କରାଯାଇଥିଲା ଛାତ୍ର ଛାତ୍ରୀ ମାନେ ମଧ୍ୟ ଉତ୍କଣ୍ଠା ର ସହ ଦିବସ ର ମହତ୍ତ୍ଵ ଗୁରୁଜୀ ଓ ଗରୁମା ମାନଙ୍କୁ ଠୁଁ ବୁଝି ଥିଲେ ।ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ ନାହକ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଶେଷ ରେ ପ୍ରମୋଦ ଗୁରୁଜୀ ସଭି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଏହିଭଳି ଐତିହ୍ୟ ସମ୍ପର୍ଣ୍ଣ କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ଓ ଅଞ୍ଚଳବାସି ଭୁୟସୀ ପ୍ରଶଂସା କରିଛନ୍ତି l