ସଂସ୍କୃତି ବିଭାଗ ନିର୍ଦେଶକଙ୍କ ଗଞ୍ଜାମ ଜିଲ୍ଲାର ସଂସ୍କୃତି ବିଭାଗର ସମୀକ୍ଷା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ସଂସ୍କୃତି ଭବନ କାର୍ଯ୍ୟାଳୟ ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ରଞ୍ଜନ କୁମାର ଦାସ ଗଞ୍ଜାମ ଜ଼ିଲ୍ଲା ଗସ୍ତରେ ଆସି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା କରିଛନ୍ତି । ପ୍ରଦାନ କରାଯିବାକୁ ଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶିକୁ ଅଡିସନ୍ ମାଧ୍ୟମରେ ଚୟନ କରିବାକୁ ପରାମର୍ଶ ଦେଇଥିଲେ । ସଂସ୍କୃତି ଭବନ ପରିସରରେ ଥିବା ଲୋକକଳା ମ୍ୟୁଜିୟମ ଏବଂ ବିଭିନ୍ନ ପ୍ରାଚୀନ ମନ୍ଦିରରେ ଉନ୍ନତି କରଣ, ଦିବଂଗତ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ବ୍ୟକ୍ତି ତଥା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ଲୋକକଳା ସଂଘ ଓ କଳାକାରଙ୍କର ସୃଧୁଢି କରଣ, ସଂସ୍କୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପଯୋଗୀ କରାଯିବା, ଜିଲ୍ଲା କଳା ସଂସ୍କୃତି ସଂଘର କାର୍ଯ୍ୟାଳୟ, ଭାଗବତ ଟୁଙ୍ଗି ସମ୍ପୂର୍ଣ୍ଣ କରିବା ଆଦି ଅନେକ ବିଷୟ ନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କୁ ପରାମର୍ଶ କରିଥିଲେ । ଜ଼ିଲ୍ଲାର କଳା ଓ କଳାକାରଙ୍କ ଉନ୍ନତି ସମ୍ପର୍କରେ ଗଂଜାମ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ଜଣାଇଥିଲେ । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ଜିଲ୍ଲା ଲୋକକଳା ଗ୍ରାମରେ ଝୋଟି, ମୁରୁଜ, ହୁଳହୁଳି, ଲଷ୍ମୀ ପୁରାଣ ପାଠ ଆଦିର ପ୍ରତିଯୋଗିତା କରାଯିବା ସହିତ ଗ୍ରାମରେ ଥିବା ଘର ଗୁଡିକୁ ଝୋଟି ଚିତା ଦେଇ ସଜାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶକ ଶ୍ରୀ ଦାସ ସଂସ୍କୃତି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ନିର୍ଦେଶକଙ୍କ ସହିତ ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ, ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢୀ, ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଅନିଲ କୁମାର ପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସଂଗୀତ ନାଟକ ଏକାଡେମୀର ସଦସ୍ୟ ଶ୍ରୀ ପାତ୍ର ଜ଼ିଲ୍ଲାରେ ପ୍ରଦାନ କରାଯିବାକୁ ଥିବା କଳାକାର ଭତ୍ତାର ସଂଖ୍ୟାକୁ ବୃଦ୍ଧି କରିବାକୁ ଏବଂ ଗଞ୍ଜାମ ଜ଼ିଲ୍ଲାରେ ଦୁଇଦିନ ନାଟ୍ୟଧାରା କାର୍ଯ୍ୟକ୍ରମ କରିବାକୁ ମତଦେଇଥିଲେ I ପ୍ରାରମ୍ଭରେ ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ ଜିଲ୍ଲାର କଳାକାରଗଣ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଜ଼ିଲ୍ଲାକୁ ସ୍ୱାଗତ ଜଣାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ