ସଂସ୍କୃତ ଭାଷାର ହତାଦର ବିରୁଦ୍ଧରେ ମହାସଂଗ୍ରାମ ଶିକ୍ଷକ ପଦ ଲାଗି ବିଜ୍ଞାପନ ପ୍ରକାଶ ହେଉ
ପୁରୀ (ଯୁଗାବ୍ଦ ନ୍ୟୁଜ୍):ଓଡ଼ିଶା ସରକାର ସଂସ୍କୃତ ଭାଷାକୁ ହତାଦାର କରିବା ଓ ନିଯୁକ୍ତି ନଦେବା ପ୍ରତିବାଦରେ ସଂସ୍କୃତ ସୁରକ୍ଷା ସମିତି ମହାସଂଗ୍ରାମ କରିବ ବୋଲି ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ସଂସ୍କୃତ ଶିକ୍ଷକ ଭାରତ ଓ ବିଦେଶରେ ଶିକ୍ଷାଦାନ କରି ବେଶ୍ ସୁନାମ ଅର୍ଜନ କରୁଥିବା ବେଳେ ରାଜ୍ୟ ସରକାର ସଂସ୍କୃତ ଶିକ୍ଷକ ନିଯୁକ୍ତି ନଦେଇ ଧନ୍ଦାମୂଳକ ଶିକ୍ଷକ ନିଯୁକ୍ତି ଦେବେ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯାହା ସଂସ୍କୃତ ଭାଷାକୁ ମାରଣନୀତି କରାଯାଉଛି । ତେଣୁ ଏହାର ପ୍ରତିବାଦରେ ଓଡ଼ିଶା ସମେତ ସମଗ୍ର ଦେଶରେ ପ୍ରତିବାଦ କରାଯାଇଛି । ସଂସ୍କୃତ ଭାଷା ପଢିଲେ ସଂସ୍କାର, ଆଧ୍ୟାତ୍ମିକଭାବ, ନୈତିକ ମୂଲ୍ୟବୋଧ, ଭାଷା ବିଜ୍ଞାନ ଓ ବସୁଧୈବ କୁଟୁମ୍ବମ୍ ଭାବ ସୃଷ୍ଟି ହେବ । ବିଦେଶରେ ସଂସ୍କୃତର ଆଦର ଅଧିକ । ତୃତୀୟ ଭାଷା ସଂସ୍କୃତ ସ୍ଥାନରେ ଧନ୍ଦାମୂଳକ ଶିକ୍ଷା ମସ୍ତିକର ଜ୍ଞାନ ବୁଦ୍ଧି କରିପାରିବନି । ଶିକ୍ଷାଶାସ୍ତ୍ରୀ (ବିଇଡ), ଶିକ୍ଷା ଆଚାର୍ଯ୍ୟ (ଏମ୍ିଇଡି)କୁ ୧୯୭୬ ମସିହାରୁ ଓଡ଼ିଶା ସରକାର ମାନ୍ୟତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସଂଶୋଧନ ପତ୍ରରେ ଏବେ ଉକ୍ତ ଶିକ୍ଷକମାନେ ଆବେଦନକରିପାରିବେ । ଗତ ୫ବର୍ଷ ଧରି ସଂସ୍କୃତ ଶିକ୍ଷକ ପଦ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି । ପ୍ରାଥମିକ ବିଦ୍ୟାଳୟରୁ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରାଯାଉ । ଓଡ଼ିଶାରେ ଦ୍ୱିତୀୟ ଭାଷା ଭାବେ ସଂସ୍କୃତକୁ ବାଧ୍ୟତାମୂଳକ କରାଯାଉ । ସଂସ୍କୃତି ସମ୍ପନ୍ନ ସୁସ୍ଥ ସମାଜ ପାଇଁ ସଂସ୍କୃତ ଭାଷା ନିତାନ୍ତ ଆବଶ୍ୟକ ବୋଲି ସଂସ୍କୃତ ସୁରକ୍ଷା ସମିତିର ରାଜ୍ୟ ସଭାପତି ତଥା କୁଳାଧିପତି ରାଜେନ୍ଦ୍ର ପ୍ରସାଦ ଓ କେନ୍ଦ୍ରୀୟ କୃଷି ବିଦ୍ୟାଳୟ ବିହାର ପ୍ରଫେସର ପ୍ରଫୁଳ କୁମାର ମିଶ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାଶାସ୍ତ୍ରୀ ବିଭାଗର ମୁଖ୍ୟ ବିଜୟ ପାଲ କଚ୍ଛବାହ, ସଂଘର ସାଧାରଣ ସଂପାଦକ ଡ ଶୁଶାନ୍ତ କୁମାର ରାଜ, ପ୍ରଫେସର ଅଦ୍ୱୈତ୍ୟ ଚରଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।