ସଂସ୍କୃତ ମହାବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳନକାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହ ଠାରେ ଉତ୍କଳ ସଂସ୍କୃତ ମହାସଂଘ ଓଡ଼ିଶାର ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସଂଘ ସଭାପତି ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘର ସଂଗଠନ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର କର ସଂଯୋଜନା କରିଥିଲେ ।ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳେଇ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ଵ ଉପରେ କହି ଏହା ଏକ ଦେବଭାଷା ତଥା ଦେବତା ମାନଙ୍କ ଭାଷା , ହେଲେ ଏହି ଭାଷା ବର୍ତ୍ତମାନ ଏକ ଅବହେଳିତ ମଧ୍ୟଦେଇ ଗତି କରୁଛି ।ତେଣୁ ଏହି ଭାଷାର ସୁଦୁରପ୍ରସାରି ପାଇଁ ସମୀକ୍ଷା ଓ ଗବେଷଣାର ଆବଶ୍ୟକତା ଉପରେ କହିଥିଲେ । ଅନ୍ୟପକ୍ଷରେ ସଂସ୍କୃତ ବିଷୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କିଭଳି ଅଧିକ ଆଗ୍ରହ ପ୍ରକାଶ କରିବେ , ସେ ଦିଗରେ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ରହିଥିବା ଗୁରୁଦାୟିତ୍ଵ ଉପରେ କହିଥିଲେ ।ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଓଡିଶା ପକ୍ଷରୁ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଡଃ କୁମାର ଚନ୍ଦ୍ର ମିଶ୍ର , ଯୁଗ୍ମ ସମ୍ପାଦକ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ସଂସ୍କୃତ ଭାଷାର ମହତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନ କରି , ସାମ୍ପ୍ରତିକ ସ୍ଥିତିରେ ସଂସ୍କୃତ ଭାଷାର ସୁରକ୍ଷା କରାଯିବା ସହ ସମ୍ମାନ ଦେବା ଓ ସଂସ୍କୃତ ଭାଷାକୁ ଲୋକଙ୍କ ପାଖରେ ପହଞ୍ଚାଇ ଏ ବିଷୟ ଉପରେ ଆକୃଷ୍ଟ କରାଇବା କହି , ସଂସ୍କୃତ ଶିକ୍ଷକ ମାନଙ୍କୁ କ୍ୟାଡର ଅନ୍ତର୍ଭୁକ୍ତ ନ କରି ଲାଞ୍ଛନା ଏବଂ ଅବହେଳିତ କରିବାର ପ୍ରଚେଷ୍ଠା ବିଷୟକୁ ମଞ୍ଚସିନ ଅତିଥିମାନେ ଘୋର ନିନ୍ଦା କରିଥିଲେ।ଏହି ଅବସରରେ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ୩ ଜଣ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ର ଶେଖର ତ୍ରିପାଠୀଙ୍କ ସମେତ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ କୁମୁଦ ରଞ୍ଜନ ଦାସ ଏବଂ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଭେଙ୍କେଟେଶ୍ୱର୍ ରାଓଙ୍କୁ ପୁଷ୍ପଗୁଚ୍ଛ , ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିବାବେଳେ ମଞ୍ଚାସିନ ଅତିଥି ଏବଂ କୃତୀ ସଂସ୍କୃତ ଶିକ୍ଷକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରା ଯାଇଥିଲା ।ଜିଲ୍ଲା ସଂଘ୍ ସଭାପତି ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ସଂଘର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପଣ୍ଡିତ ଶୁଭାଶିଷ ପତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ଅବସରରେ ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଅଧିକ ଉଚ୍ଚ ବିଦ୍ୟାଳୟର ୭୦ରୁ ଅଧିକ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ