ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଆର୍ଯ୍ୟକନ୍ୟା ଗୁରୁକୂଳର ସଂସ୍କୃତ ଶିକ୍ଷୟିତ୍ରୀ ତଥା ସମସ୍ତଙ୍କ ପ୍ରିୟ ଗୁରୁମା ଆରତୀ ଶତପଥିଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ଉପସ୍ଥିତ ରହି ଶ୍ରୀମତୀ ଶତପଥିଙ୍କ ନିଷ୍ଠାପର କାର୍ଯ୍ୟଧାରା ଏବଂ ଛାତ୍ରୀ ବତ୍ସଳତା ସମ୍ପର୍କରେ ଆଲୋଚନା କରିଥିଲେ I ଏହି ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତେ ଭାବ ବିହ୍ୱଳ ହୋଇପଡ଼ିଥିଲେ I ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଶତପଥୀଙ୍କୁ ଉପଢ଼ୌକନ,ଉପହାର ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଷମା ମହାରଣା,ଗୀତାଞ୍ଜଳି ମିଶ୍ର,ତନୁ ବେହେରା,ଶିକ୍ଷକ ରବୀନ୍ଦ୍ର କୁମାର ମେଲାକ, ପ୍ରଶାନ୍ତ କୁମାର ସେଠି ସନ୍ତୋଷ କୁମାର ସାହୁ ,ଅକ୍ଷୟ କୁମାର ଜେନା,କର୍ମଚାରୀ ଅରବିନ୍ଦ କୁମାର ସାହୁ, ସନତ କୁମାର ଗୌଡ଼, ଅଜିତ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I


