ସଇଡା ଭଲିବଲ୍ ନକ୍ସାପାଲୀ ଚାମ୍ପିଅନ୍
କୁଚିଣ୍ଡା (ୱlଇ ଏନଏସ ) ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସଇଡା ୟୁଥ କ୍ଲବ ପକ୍ଷରୁ ଆଠ ଟି ଦଳକୁ ନେଇ ଆୟୋଜିତ ଭଲିବଲ୍ ପ୍ରତିଯୋଗିତା ରେ ସାତକମା କୁ ହରାଇ ନକ୍ସାପାଲି ଦଳ ଚାମ୍ପିଅନ ହୋଇଥିଲା l ସଇଡା ୟୁଥ କ୍ଲବ ସଭାପତି ବିଜୁ ସାହୁ, ତୁସାର ନାୟକ, ଅଭି ମନୋହରୀ, ମୁକେଶ୍ ସାହୁ, କିଶୋର୍ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ମ୍ୟାଚ ରେଫରୀ ନରେନ୍ଦ୍ର ପଟେଲ୍, ମଦନ ସାହୁ, ଦିବାକର ପୃସେଠ୍, ପ୍ରତାପ୍ ମିଶ୍ର ଥିବାବେଳେ ମୁଖ୍ୟ ଅତିଥି ଭାବେ ଟାଉନ୍ ସଭାପତି ସଞ୍ଜୟ ବେହେରା, ସମ୍ମାନିତ ଅତିଥି ଭାବେ ବୁଲୁ ମହାନ୍ତି, ସୁବାଷ୍ ନାୟକ, ସାମ୍ବାଦିକ ଗଗନ ଶର୍ମା, ସରୋଜ ମେହେର୍,ବ୍ଲକ୍ ସଭାପତି ଅମୂଲ୍ୟ ମିଶ୍ର, ଛାତ୍ର ସଭାପତି ଅଭିଳାଷ ଅଗ୍ରୱାଲ, ବାଲିଯାତ୍ରା ସମ୍ପାଦକ ବିଶ୍ୱନାଥ କଣ୍ଡରା ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଅତିଥିମାନେ ପୁରସ୍କୃତ କରିଥିଲେ l


