ସଉଦା ମାଗିବା ବାହାନାରେ ଦୋକାନୀ ମହିଳାଙ୍କ ବେକରୁ ସୁନା ଲୁଟ

ନବରଙ୍ଗପୁର,(ୱାଇଏନଏସ):ଦିନ ଦ୍ବୀପହରରେ ଦୋକାନ ରେ ସଉଦା ମାଗିବା ବାହାନା ରେ ଜନ ଗହଳି ପୂର୍ଣ ସ୍ଥାନ ରୁ ଦୋକାନ ମାଲିକାଣି ଙ୍କ ବେକରୁ ସୁନା ଲୁଟ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମରୁ ଆସିଛି ଅଭିଯୋଗ । ଅଭିଯୋଗ ଅନୁସାରେ ଡଙ୍ଗରଭେଜା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଥିବା ପ୍ରଶାନ୍ତ ପାତ୍ର ନାମକ ବ୍ୟବସାୟି ନିଜ ସାଉଦା ଦୋକାନ ପାଇଁ କିଛି ଜରୁରୀ ସାମାନ ଆଣିବା ପାଇଁ ନବରଙ୍ଗପୁର ସହର କୁ ଯାଉଥିଲେ । ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ସରୋଜିନୀ ପାତ୍ର ଦୋକାନ ରେ ବସିଥିଲେ । ଏହି ସମୟରେ ଦୁଇ ଜଣ ବାଇକ ଆରୋହି ସଉଦା ନେବା ପାଇଁ ଦୋକାନ ସମ୍ମୁଖରେ ବାଇକ ରଖିଥିଲେ । ଜଣେ ବାଇକ ଆରୋହି ବାଇକ ରେ ହିଁ ଥିବା ବେଳେ ଅନ୍ୟ ଜଣେ ବାଇକ ଆରୋହି ସରୋଜିନୀ ଙ୍କୁ କିଛି ଜିନିଷ ମାଗିଥିଲେ । ସରୋଜିନୀ ଜିନିଷ ଦେବା ବେଳେ ତାଙ୍କ ବେକରେ ଥିବା ସୁନା ଚେନ ଝାମ୍ପି ଥିଲା ଜଣେ ଦୁର୍ବୁତ ।ଏହାପରେ ବାଇକ ରେ ଦୁଇଜଣ ଚାଲିଯାଇଥିଲେ । ଚେନ ର ଅଧା ଦୁର୍ବୁର୍ତ୍ତମାନେ ନେଇଯାଇଥିବା ବେଳେ ଅଧା ସରୋଜିନୀ ଙ୍କ ହାତ ରେ ରହିଯାଇଥିଲା । ତେବେ ଡଙ୍ଗରଭେଜା ଗ୍ରାମରେ ନନ୍ଦାହାଣ୍ଡି ବ୍ଲକ ର କାର୍ଯ୍ୟାଳୟ ରହିଥିବାରୁ ସ୍ଥାନ ଟି ଜନଗହଳି ପୂର୍ଣ ରହିଥିଲା । ତେବେ ସ୍ୱଷ୍ଟ ଦିବାଲୋକ ରେ ଜନଗହଳି ପୂର୍ଣ ସ୍ଥାନ ରୁ ସୁନା ଝାମ୍ପି ଚୋର ମାନେ ପୋଲିସ କୁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ପ୍ରଶାନ୍ତ ପାତ୍ର ଏନେଇ ଡଙ୍ଗରଭେଜା ଫାଣ୍ଡି ରେ ଏତଲା ଦାୟର କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ଛୋଟ ବଡ଼ ଚୋରି ଘଟଣା ଘଟିଥିବା ବେଳେ ଏଭଳି ସ୍ୱଷ୍ଟ ଦିବାଲୋକରେ ବେକ ରୁ ସୁନା ଚେନ ଝାମ୍ପି ନେବା ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଖୁବ ଶୀଘ୍ର ଚୋର କୁ ଧରିବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ