ସକାଳବେଳା କଟକଣାକୁ ମାନୁ ନାହାନ୍ତି ଲୋକେ, ଅପରାହ୍ନରେ ଶୁନଶାନ

ହାଟଡ଼ିହି : କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଭାରତବର୍ଷରେ ୨୧ଦିନ ପାଇଁ ଲକଡାଉନ ଘୋଷଣା କଟକଣାକୁ ଲୋକମାନେ ଠିକ ଭାବେ ମାନୁ ନଥିବାରୁ ଆଜିଠାରୁ ପୁଲିସ ଆକ୍ସନ ମୁଡରେ ତାର କାର୍ଯ୍ୟ କରୁଛି । ଗାଁ ଗହଳି ମାନଙ୍କରେ ଏହା ଏକ ଛୁଟିଦିନ ଓ ଅୟସ କରିବାର ସମୟ ବୋଲି ଭାବିନେଇ ଗାଁ ମଣ୍ଡପ, ଖୋଲା ପଡିଆରେ ସଂଘବଦ୍ଧ ଭାବେ ତାସ ପସା ଓ ଅନ୍ୟାନ୍ୟ ଖେଳରେ ମଜି ରହୁଥିବାରୁ ପୁଲିସ ସେମାନଙ୍କୁ ଘଉଡାଇବା ପ୍ରକ୍ରୀୟା ଆରମ୍ଭ କରିଛି । ସକାଳୁ ସକାଳୁ ପରିବା ମାର୍କେଟ ଓ ଗ୍ରୋସରୀ ଦୋକାନ ଗୁଡିକରେ ଗହଳି ଲାଗି ରହୁଥିବାରୁ ପୁଲିସ ପକ୍ଷରୁ ମଧ୍ୟ ତାହାକୁ ସୁବ୍ୟବସ୍ଥିତ କରାଯାଇଛି । ଲୋକମାନେ ଗୋଟିଏ ଗୋଟିଏ ମିଟର ଦୁରତାରେ ରହି ସେମାନଙ୍କ ସାମଗ୍ରୀକୁ ସଂଗ୍ରହ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନେକ ବ୍ୟକ୍ତି ଓ କିଛି ଯୁବକ କିଛି କାମ ନଥାଇ ସୁଦ୍ଧା ମାର୍କେଟରେ ବାଇକଧରି ବୁଲୁ ଥିବାରୁ ପୁଲିସ ସେମାନଙ୍କୁ ପିଟାପିଟି ଘଉଡାଇ ଦେଇ ଆଉ ଏପରି ନବୁଲିବାକୁ ଚେତାଇ ଦେଇଛି । ଯଦି ପରବର୍ତ୍ତି ସମୟରେ ବୁଲନ୍ତି ତେବେ ଗାଡି ଗୁଡିକୁ ସିଜ କରାଯିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ