ସକାଳେ ଏମିତି କାମ ଅଶୁଭ
ଯଦି ଦିନର ଆରମ୍ଭ ଭଲ ହୁଏ, ପୂରା ଦିନଟି ଭଲରେ କଟିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ହେଲେ କିଛିଟା କାରଣ ଯୋଗୁଁ ଦିନଟି ଭଲରେ ବିତିନଥାଏ । ସକାଳୁ ଆମେ କରିଥିବା କିଛି ଭୁଲ ଯୋଗୁଁ ଦିନଟି ଅଶୁଭ ଫଳ ଦେଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି ।
ସକାଳେ ଉଠି କେବେ ହେଲେ ନିଜ ମୁହଁ ଦର୍ପଣରେ ଦେଖନ୍ତୁ ନାହିଁ । ଏହା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ।
ଏହା ସହ ନିଦରୁ ଉଠିବା ମାତ୍ରେ କୌଣସି ବ୍ୟକ୍ତିଙ୍କ ଚେହେରା ଦେଖନ୍ତୁ ନାହିଁ ।
ଦିନଟି ଆପଣଙ୍କର ଭଲରେ କଟିବାକୁ ଚାହୁଁଥିଲେ ପ୍ରଥମେ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ । ନ ହେଲେ ତାଙ୍କର ଦର୍ଶନ କରନ୍ତୁ । ନିଜ ହାତ ଦେଖି ଭଗବାନଙ୍କୁ ଧ୍ୟାନ କରନ୍ତୁ । ଏହା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ।
ସକାଳ ସମୟରେ ଖାଇବା ପୂର୍ବରୁ ପଶୁ କିମ୍ବା କୌଣସି ଗାଁର ନାଁ କୁହନ୍ତୁ ନାହିଁ, ଏହା ଦ୍ୱାରା ଦିନଟି ଭଲରେ କଟିନଥାଏ ।


